‘ଦେଶରେ ଏକାସଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଶ୍ୟକ’

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହା ମଧ୍ୟରେ ଏକା ସଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି ଟଙ୍କାରେ ନୂଆ ଇଭିଏମ୍‌ […]

‘ଦେଶରେ ଏକାସଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଶ୍ୟକ’
10 thousand crores of rupees will be required every 15 years if the Lok Sabha-Legislative Assembly elections are held simultaneously

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହା ମଧ୍ୟରେ ଏକା ସଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି ଟଙ୍କାରେ ନୂଆ ଇଭିଏମ୍‌ କିଣାଯିବ। କାରଣ ଗୋଟିଏ ଇଭିଏମ୍‌ର ଆୟୁଷ ୧୫ ବର୍ଷ ହୋଇଥାଏ। ଏକାସଙ୍ଗେ ନିର୍ବାଚନ ହେଲେ ଗୋଟିଏ ସେଟ୍‌ ମେସିନକୁ ତିନି ଥର ବ୍ୟବହାର କରାଯାଇପାରିବ। ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ମୋଟ ୧୧.୮୦ ଲକ୍ଷ ମତଦାନ କେନ୍ଦ୍ର (ପୋଲିଂ ବୁଥ୍‌) ବନାଇବାକୁ ପଡ଼ିବ। ପ୍ରତି ବୁଥ୍‌ ପାଇଁ ୨ ସେଟ୍‌ ଇଭିଏମ୍‌ ଆବଶ୍ୟକ। ଗୋଟିଏ ବିଧାନସଭା ଏବଂ ଅନ୍ୟଟି ଲୋକସଭା ପାଇଁ ରହିବ। ମତଦାନ ଦିନ ଖରାପ ମେସିନକୁ ବଦଳାଇବା ପାଇଁ କଣ୍ଟ୍ରୋଲ ୟୁନିଟି (ସିୟୁ), ବାଲାଟ ୟୁନିଟ (ବିୟୁ) ଏବଂ ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରେଲ (ଭିଭିପାଟ) ମେସିନ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି।

ଗତ ବର୍ଷ ଫେବୃଆରୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଇସିଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏକା ସଙ୍ଗେ ନିର୍ବାଚନ କଲେ ଅତିକମରେ ୪୬ ଲକ୍ଷ ୭୫ ହଜାର ୧୦୦ ବାଲାଟ ୟୁନିଟ, ୩୩ ଲକ୍ଷ ୬୩ ହଜାର ୩୦୦ କଣ୍ଟ୍ରୋଲ ୟୁନିଟ ଏବଂ ୩୬ ଲକ୍ଷ ୬୨ ହଜାର ୬୦୦ ଭିଭିପାଟ ଆବଶ୍ୟକତା ପଡ଼ିବ। ପ୍ରତି ବାଲାଟ ୟୁନିଟର ଆନୁମାନିକ ମୂଲ୍ୟ ୭୯୦୦ ଟଙ୍କା, ସିୟୁର ୯୮୦୦ ଟଙ୍କା ଏବଂ ଭିଭିପାଟ୍‌ର ୧୬୦୦୦ ଟଙ୍କା ଥିଲା।