ଦେଶରେ ଲାଗୁ ହେଲା CAA, ୩ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (CAA) ଲାଗୁ କଲେ କେନ୍ଦ୍ର ସରକାର। ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।ସିଏଏ ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଆସି ଭାରତରେ ରହୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏହି ଆଇନକୁ ୨୦୧୯ରେ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳି ସାରିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସିଏଏରେ କାହାରି ନାଗରିକତା ଚାଲି ଯିବନି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏର ଅନଲାଇନ ପୋର୍ଟାଲକୁ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତି କରିବା ପରେ ଏହାର ଡ୍ରାଇ ରନ ମଧ୍ୟ କରାଯାଇଛି। ସିଏଏର ସବୁଠୁ ଅଧିକ ଫାଇଦା ପଡ଼ୋଶୀ ଦେଶରୁ ଆସିଥିବା ସେହି ଶରଣାର୍ଥୀଙ୍କୁ ମିଳିବ ଯାହାଙ୍କ ପାଖରେ କୌଣସି ପ୍ରକାରର କାଗଜପତ୍ର ନାହିଁ। ସେହିମାନଙ୍କୁ ଭାରତୀୟ ନାଗରିକ ମିଳିବାରେ ସିଏଏ ବେଶ ସହାୟକ ହେବ।
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (CAA) ଲାଗୁ କଲେ କେନ୍ଦ୍ର ସରକାର। ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।ସିଏଏ ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଆସି ଭାରତରେ ରହୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏହି ଆଇନକୁ ୨୦୧୯ରେ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳି ସାରିଛି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସିଏଏରେ କାହାରି ନାଗରିକତା ଚାଲି ଯିବନି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏର ଅନଲାଇନ ପୋର୍ଟାଲକୁ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତି କରିବା ପରେ ଏହାର ଡ୍ରାଇ ରନ ମଧ୍ୟ କରାଯାଇଛି। ସିଏଏର ସବୁଠୁ ଅଧିକ ଫାଇଦା ପଡ଼ୋଶୀ ଦେଶରୁ ଆସିଥିବା ସେହି ଶରଣାର୍ଥୀଙ୍କୁ ମିଳିବ ଯାହାଙ୍କ ପାଖରେ କୌଣସି ପ୍ରକାରର କାଗଜପତ୍ର ନାହିଁ। ସେହିମାନଙ୍କୁ ଭାରତୀୟ ନାଗରିକ ମିଳିବାରେ ସିଏଏ ବେଶ ସହାୟକ ହେବ।