ଦେଶରେ ଲାଗୁ ହେଲା ନୂଆ ଦୂରସଞ୍ଚାର ଅଧିନିୟମ, ଜାଣନ୍ତୁ ଆଇନରେ ରହିଛି କ’ଣ?

ନୂଆଦିଲ୍ଲୀ ୨୬।୬: ଦେଶରେ ବୁଧବାର ନୂଆ ସଞ୍ଚାର ଆଇନ ଲାଗୁ ହୋଇଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରରେ ଗତ ବର୍ଷ ସଂସଦରେ ଏହି ଅଧିନିୟମ ଗୃହୀତ ହୋଇଥିଲା, ଯାହାକୁ ୨୬ ଜୁନ ୨୦୨୪ରେ ଲାଗୁ କରାଯାଇଛି। ଦୂରସଞ୍ଚାର ଅଧିନିୟମ ୨୦୨୩ ଦୂରସଞ୍ଚାର ଆଇନ ଭାରତୀୟ ଟେଲିଗ୍ରାଫ ଅଧିନିୟମ ୧୮୮୫ ଓ ଭାରତୀୟ ୱେରଲେସ୍ ଟେଲିଗ୍ରାଫ ଅଧିନିୟମ ୧୯୩୩ର ସ୍ଥାନ ନେଇଛି। ନୂଆ ଅଧିନିୟମ ଦୂରସଞ୍ଚାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରଗତିକୁ ସମ୍ବୋଧିତ କରୁଛି। ସରକାରୀ ଅଧିସୂଚନା ଅନୁସାରେ ଦୂରସଞ୍ଚାର ଅଧିନିୟମ ୨୦୨୩ (୨୦୨୩ର ୪୪) ଅନୁଯାୟୀ କେନ୍ଦ୍ର ସରକାର ୨୬ ଜୁନ ୨୦୨୪ର ସେହି ତିଥି ନିର୍ଦ୍ଧାରଣ କରିଛନ୍ତି, ଯେଉଁଦିନ ଏହି ଅଧିନିୟମର ଧାରା ୧, ୨, ୧୦ରୁ ୩୦,  ୪୨ରୁ ୪୪, ୪୬,୪୭, ୫୦ରୁ ୫୮, ୬୧ ଓ ୬୨ ପ୍ରାବଧାନ ଲାଗୁ ହେବ। ଜୁନ ୨୬ ତାରିଖରୁ ପ୍ରଭାବି ହୋଇଥିବା ଏହି ନିୟମ ସରକାରଙ୍କୁ ଜାତୀୟ ସୁରକ୍ଷା, ବିଦେଶ ସହିତ ମୈତ୍ରିପୂର୍ଣ୍ଣ ସମ୍ବଧ ଅଥବା ଯୁଦ୍ଧ ପରିସ୍ଥିତିରେ କୌଣସି ବା ସମସ୍ତ ଦୂରସଞ୍ଚାର ନେଟୱାର୍କର ନିୟନ୍ତ୍ରଣ ଓ ପ୍ରବନ୍ଧନ ନିଜ ହାତକୁ ନେବାକୁ ଅନୁମତି ଦେଉଛି। ଉଲ୍ଲେଖଯୋଗ୍ୟ ଯେ ନୂଆ ଆଇନରେ ଲୋକଙ୍କୁ ନିଜ ନାମରେ ଅଧିକତମ ୯ ସିମକାର୍ଡ ପଞ୍ଜିକୃତ କରିବାକୁ ଅନୁମତି ଦେଉଛି। ତେବେ ଜମ୍ମୁ-କାଶ୍ମୀର ଓ ପୂର୍ବୋତ୍ତର ବାସିନ୍ଦାଙ୍କ ନିମନ୍ତେ ଏହି ସୀମା ୬ଟି ପର୍ଯ୍ୟନ୍ତ ସୀମିତ। ଅଧିକତମ ସୀମାରୁ ଅଧିକ ସୀମ୍ ଉପଯୋଗକର୍ତ୍ତାଙ୍କୁ

ଦେଶରେ ଲାଗୁ ହେଲା ନୂଆ ଦୂରସଞ୍ଚାର ଅଧିନିୟମ, ଜାଣନ୍ତୁ ଆଇନରେ ରହିଛି କ’ଣ?

ନୂଆଦିଲ୍ଲୀ ୨୬।୬: ଦେଶରେ ବୁଧବାର ନୂଆ ସଞ୍ଚାର ଆଇନ ଲାଗୁ ହୋଇଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରରେ ଗତ ବର୍ଷ ସଂସଦରେ ଏହି ଅଧିନିୟମ ଗୃହୀତ ହୋଇଥିଲା, ଯାହାକୁ ୨୬ ଜୁନ ୨୦୨୪ରେ ଲାଗୁ କରାଯାଇଛି। ଦୂରସଞ୍ଚାର ଅଧିନିୟମ ୨୦୨୩ ଦୂରସଞ୍ଚାର ଆଇନ ଭାରତୀୟ ଟେଲିଗ୍ରାଫ ଅଧିନିୟମ ୧୮୮୫ ଓ ଭାରତୀୟ ୱେରଲେସ୍ ଟେଲିଗ୍ରାଫ ଅଧିନିୟମ ୧୯୩୩ର ସ୍ଥାନ ନେଇଛି। ନୂଆ ଅଧିନିୟମ ଦୂରସଞ୍ଚାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରଗତିକୁ ସମ୍ବୋଧିତ କରୁଛି। 

ସରକାରୀ ଅଧିସୂଚନା ଅନୁସାରେ ଦୂରସଞ୍ଚାର ଅଧିନିୟମ ୨୦୨୩ (୨୦୨୩ର ୪୪) ଅନୁଯାୟୀ କେନ୍ଦ୍ର ସରକାର ୨୬ ଜୁନ ୨୦୨୪ର ସେହି ତିଥି ନିର୍ଦ୍ଧାରଣ କରିଛନ୍ତି, ଯେଉଁଦିନ ଏହି ଅଧିନିୟମର ଧାରା ୧, ୨, ୧୦ରୁ ୩୦,  ୪୨ରୁ ୪୪, ୪୬,୪୭, ୫୦ରୁ ୫୮, ୬୧ ଓ ୬୨ ପ୍ରାବଧାନ ଲାଗୁ ହେବ। ଜୁନ ୨୬ ତାରିଖରୁ ପ୍ରଭାବି ହୋଇଥିବା ଏହି ନିୟମ ସରକାରଙ୍କୁ ଜାତୀୟ ସୁରକ୍ଷା, ବିଦେଶ ସହିତ ମୈତ୍ରିପୂର୍ଣ୍ଣ ସମ୍ବଧ ଅଥବା ଯୁଦ୍ଧ ପରିସ୍ଥିତିରେ କୌଣସି ବା ସମସ୍ତ ଦୂରସଞ୍ଚାର ନେଟୱାର୍କର ନିୟନ୍ତ୍ରଣ ଓ ପ୍ରବନ୍ଧନ ନିଜ ହାତକୁ ନେବାକୁ ଅନୁମତି ଦେଉଛି। 

ଉଲ୍ଲେଖଯୋଗ୍ୟ ଯେ ନୂଆ ଆଇନରେ ଲୋକଙ୍କୁ ନିଜ ନାମରେ ଅଧିକତମ ୯ ସିମକାର୍ଡ ପଞ୍ଜିକୃତ କରିବାକୁ ଅନୁମତି ଦେଉଛି। ତେବେ ଜମ୍ମୁ-କାଶ୍ମୀର ଓ ପୂର୍ବୋତ୍ତର ବାସିନ୍ଦାଙ୍କ ନିମନ୍ତେ ଏହି ସୀମା ୬ଟି ପର୍ଯ୍ୟନ୍ତ ସୀମିତ। ଅଧିକତମ ସୀମାରୁ ଅଧିକ ସୀମ୍ ଉପଯୋଗକର୍ତ୍ତାଙ୍କୁ ପ୍ରଥମ ଥର ଉଲ୍ଲଂଘନ ନିମନ୍ତେ ୫୦ ହଜାର ଟଙ୍କା ଓ ଏହା ପରେ ଉଲ୍ଲଂଘନ ନିମନ୍ତେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ଦାଖଲ କରିବାକୁ ହେବ। 

ଏହା ଛଡା ଯଦି କୌଣସି ବ୍ୟକ୍ତି ଅନ୍ୟ ଲୋକର ପରିଚୟ କାଗଜପତ୍ର ବ୍ୟବହାର କରି  ସିମକାର୍ଡ ପ୍ରାପ୍ତ କରିଥାନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ଅଥବା ଉଭୟ ଦଣ୍ଡ ଭୋଗିବାକୁ ପଡିବ। ସେହିପରି ୟୁଜରଙ୍କ ସହମତି ବିନା ପଠାଯାଇଥିବା ବାଣିଜ୍ୟିକ ବାର୍ତ୍ତା ଯୋଗୁ ସମ୍ପର୍କିତ ଅପରେଟରଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ଦେବାକୁ ପଡିପାରେ ଓ ତାଙ୍କୁ କୌଣସି ସେବା ପ୍ରଦାନରୁ ପ୍ରତିବନ୍ଧିତ କରାଯାଇପାରେ। 

ଏହା ଛଡା ଆଇନରେ ସରକାରଙ୍କୁ ଦୂରସଞ୍ଚାର କମ୍ପାନୀମାନଙ୍କୁ ଘରୋଇ ସମ୍ପତ୍ତିରେ ମୋବାଇଲ ଟାୱାର ଲଗାଇବା ବା ଦୂରସଞ୍ଚାର କେବୁଲ ବିଛାଇବାକୁ ଅନୁମତି ଦେବା ପାଇଁ କ୍ଷମତା ଦେଉଛି।  ଏହା ସେତେବେଳେ ବି ସମ୍ଭବ ହେବ ଯେତେବେଳେ ଭୂମିମାଲିକ ଏହାକୁ ବିରୋଧ କରୁଥିବେ ଓ ଅଧିକାରୀ ଏହାକୁ ଜରୁରି ମନେ କରୁଥିବେ। ଏହା ଛଡା ଜାତୀୟ ସୁରକ୍ଷା ବିପଦରେ ଥିଲେ ଅଥବା ଜରୁରିକାଳୀନ ପରିଦୃଶ୍ୟ କାଳରେ  ଏକ ଅନ୍ୟ ପ୍ରାବଧାନ ସରକାରଙ୍କୁ ବାର୍ତ୍ତାର ପ୍ରସାରଣ ଓ କଲ ଇଣ୍ଟରାକ୍ସନକୁ ଅବରୁଦ୍ଧ କରିବା ଏବଂ ନିୟନ୍ତ୍ରିତ କରିବା ନିମନ୍ତେ ଦୂର ସଞ୍ଚାର ସେବା ବାଧିତ କରିବାକୁ ଅନୁମତି ଦେଉଛି। 

ଖବର ସରବରାହ ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ରୀୟ ମାନ୍ୟତା ପ୍ରାପ୍ତ ସାମ୍ବାଦିକଙ୍କ ଦ୍ୱାରା ପଠାଯାଇଥିବା ବାର୍ତ୍ତାକୁ ଦେଖରେଖରୁ ବାଦ ଦିଆଯାଇଛି। ତେବେ ମାନ୍ୟତା ପ୍ରାପ୍ତ ସାମ୍ବାଦିକଙ୍କ କଲ ଓ ବାର୍ତ୍ତା ଉପରେ ନଜର ରଖାଯିବ ଏବଂ ଏହାକୁ ବ୍ଲକ୍ କରାଯାଇ ପାରିବ ଯଦି ସେମାନଙ୍କ ଖବର ରିପୋର୍ଟକୁ ଦେଶର ସୁରକ୍ଷା ଲାଗି ସମ୍ଭାବିତ ବିପଦ ରୂପେ ଦେଖାଯାଏ।