ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରସାଦ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଆର ସେବାୟତ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବେନାମୀ ଘିଅ ଉପରେ ରୋକ୍ ପାଇଁ ଠୋସ୍ ପଦକ୍ଷେପ। କେବଳ ଓମଫେଡ ଘିଅ ବ୍ୟବହାର କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଆଉ ପାଦେ ଆଗକୁ ବଢିଛନ୍ତି ସୁଆର ସେବାୟତ। ଓମଫେଡ୍ ନୁହେଁ, ଶୁଦ୍ଧ ଗାଈ ଘିଅରେ ମହାପ୍ରସାଦ ରାନ୍ଧିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ଓମଫେଡ୍ ବଦଳରେ ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରଭୁଙ୍କ ମହାପ୍ରସାଦ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ସେବାୟତ ମଧୁସୂଦନ ସୁଆର। ଇଏ ହେଉଛି ସେହି ଚିଠି, ଯେଉଁଥିରେ ଶୁଦ୍ଧ ଗାଈ ଘିଅରେ ଅବଢା ପ୍ରସ୍ତୁତ କରିବାକୁ ଲେଖାଯାଇଛି। ମଧୁସୂଦନ ସୁଆର ଏବଂ ଅନ୍ୟ କିଛି ସେବାୟତ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ କେବଳ ଓମଫେଡ ଘିଅରେ ମହାପ୍ରସାଦ ରନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସୁଆର ସେବାୟତ। ଏଥିସହ ଶୁଦ୍ଧ ଦେଶୀ ଗାଇ ଘିଅ, କ୍ଷୀର, ଲହୁଣି ଓ ଦହି କିପରି ଉତ୍ପାଦନ ହୋଇପାରିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ। ମହାପ୍ରଭୁଙ୍କ ନାଁରେ ଗଚ୍ଛିତ ଥିବା ଅର୍ଥରେ ଗୋଶାଳା ବା ଏକ ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଆର ସେବାୟତ। ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛ

ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରସାଦ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଆର ସେବାୟତ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବେନାମୀ ଘିଅ ଉପରେ ରୋକ୍ ପାଇଁ ଠୋସ୍ ପଦକ୍ଷେପ। କେବଳ ଓମଫେଡ ଘିଅ ବ୍ୟବହାର କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ଆଉ ପାଦେ ଆଗକୁ ବଢିଛନ୍ତି ସୁଆର ସେବାୟତ। ଓମଫେଡ୍ ନୁହେଁ, ଶୁଦ୍ଧ ଗାଈ ଘିଅରେ ମହାପ୍ରସାଦ ରାନ୍ଧିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି।

ଓମଫେଡ୍ ବଦଳରେ ଦେଶୀ ଗୁଆ ଘିଅରେ ରନ୍ଧା ହେଉ ମହାପ୍ରଭୁଙ୍କ ମହାପ୍ରସାଦ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ସେବାୟତ ମଧୁସୂଦନ ସୁଆର। ଇଏ ହେଉଛି ସେହି ଚିଠି, ଯେଉଁଥିରେ ଶୁଦ୍ଧ ଗାଈ ଘିଅରେ ଅବଢା ପ୍ରସ୍ତୁତ କରିବାକୁ ଲେଖାଯାଇଛି। ମଧୁସୂଦନ ସୁଆର ଏବଂ ଅନ୍ୟ କିଛି ସେବାୟତ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ କେବଳ ଓମଫେଡ ଘିଅରେ ମହାପ୍ରସାଦ ରନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସୁଆର ସେବାୟତ। ଏଥିସହ ଶୁଦ୍ଧ ଦେଶୀ ଗାଇ ଘିଅ, କ୍ଷୀର, ଲହୁଣି ଓ ଦହି କିପରି ଉତ୍ପାଦନ ହୋଇପାରିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ। ମହାପ୍ରଭୁଙ୍କ ନାଁରେ ଗଚ୍ଛିତ ଥିବା ଅର୍ଥରେ ଗୋଶାଳା ବା ଏକ ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଆର ସେବାୟତ।

ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ତେବେ ଜଗନ୍ନାଥ ମନ୍ଦିରର ଆବଶ୍ୟକତାକୁ ନଜରରେ ରଖି ଓମଫେଡର ବିକଳ୍ପ ମଧ୍ୟ ରଖିବା ଆବଶ୍ୟକ ବୋଲି ସେବାୟତ ମତ ଦେଇଛନ୍ତି। 

ଅନ୍ୟପଟେ ଶୁଦ୍ଧ ଗାଈ ଘିଅ ବ୍ୟବହାର ପାଇଁ ସେବାୟତଙ୍କ ଅନୁରୋଧକୁ ସରକାରଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। 
ତିରୁପତି ଘଟଣା ପରେ ଶ୍ରୀମନ୍ଦିରରେ ଘିଅ ଯାଞ୍ଚ ଦାବି ଉଠିବାରୁ ତାଗିଦ୍ କରିଛନ୍ତି ରାଜ୍ୟ ସରକାର। ଫଳରେ ବେନାମୀ ଘିଅ ପ୍ରବେଶ ଉପରେ ଲାଗିଛି କଟକଣା।