ଦେଶୀ ମଦ ଭାଟିରୁ ଲୁଟିନେଲେ ୭ ଲକ୍ଷ, ୨ଜଣଙ୍କୁ ଅଟକ ରଖି ପୋଲିସର ଛାନ୍‌ଭିନ୍‌

କଳାହାଣ୍ଡି ୩୧/୧: ସବୁଠି ମାତିଛନ୍ତି ଲୁଟେରା । ଘର,ଆପାର୍ଟମେଣ୍ଟ,ମନ୍ଦିର କାହାକୁ ବି ଛାଡୁନାହାନ୍ତି । ସବୁଠି ସୁଯୋଗ ଦେଖି କଳାକନା ବୁଲାଉଛନ୍ତି । ଏଥର କେଉଁ ଆପାର୍ଟମେଣ୍ଟ ନୁହେଁ ଦେଶୀ ମଦ ଭାଟିକୁ ଟାର୍ଗେଟ କରିଛନ୍ତି । ଧର୍ମଗଡ ଥାନା ଧର୍ମଗଡ ସହର ଭୀମଖୋଜପଡା ଦେଶୀ ମଦ ଭାଟିରେ ସଶସ୍ତ୍ର ଡକାୟତି । ଗୁରୁବାର ବିଳମ୍ବିତ ରାତିରେ ମଦ ଭାଟିରେ ୧୦ରୁ ଅଧିକ ଡକାୟତ ପଶିଥିଲେ । ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ଏକ ଦେଶୀ ପିସ୍ତଲ ସମେତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଲୁଟ୍‌ ଘଟଣାରେ ୨ ଡକାୟତଙ୍କୁ ଅଟକ ରଖିଛି ପୋଲିସ । କଳାହାଣ୍ଡି ଏସ୍‌ପିଙ୍କ ତତ୍ତ୍ବାବଧାନରେ ସାଇଣ୍ଟିଫିକ୍‌ ଟିମ୍‌,ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଚଳାଇଛି ପୋଲିସ   

ଦେଶୀ ମଦ ଭାଟିରୁ ଲୁଟିନେଲେ ୭ ଲକ୍ଷ, ୨ଜଣଙ୍କୁ ଅଟକ ରଖି ପୋଲିସର ଛାନ୍‌ଭିନ୍‌

କଳାହାଣ୍ଡି ୩୧/୧: ସବୁଠି ମାତିଛନ୍ତି ଲୁଟେରା । ଘର,ଆପାର୍ଟମେଣ୍ଟ,ମନ୍ଦିର କାହାକୁ ବି ଛାଡୁନାହାନ୍ତି । ସବୁଠି ସୁଯୋଗ ଦେଖି କଳାକନା ବୁଲାଉଛନ୍ତି । ଏଥର କେଉଁ ଆପାର୍ଟମେଣ୍ଟ ନୁହେଁ ଦେଶୀ ମଦ ଭାଟିକୁ ଟାର୍ଗେଟ କରିଛନ୍ତି । 

ଧର୍ମଗଡ ଥାନା ଧର୍ମଗଡ ସହର ଭୀମଖୋଜପଡା ଦେଶୀ ମଦ ଭାଟିରେ ସଶସ୍ତ୍ର ଡକାୟତି । ଗୁରୁବାର ବିଳମ୍ବିତ ରାତିରେ ମଦ ଭାଟିରେ ୧୦ରୁ ଅଧିକ ଡକାୟତ ପଶିଥିଲେ । ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ଏକ ଦେଶୀ ପିସ୍ତଲ ସମେତ ମାରଣାସ୍ତ୍ର ଜବତ କରିଛି ପୋଲିସ । 

ଲୁଟ୍‌ ଘଟଣାରେ ୨ ଡକାୟତଙ୍କୁ ଅଟକ ରଖିଛି ପୋଲିସ । କଳାହାଣ୍ଡି ଏସ୍‌ପିଙ୍କ ତତ୍ତ୍ବାବଧାନରେ ସାଇଣ୍ଟିଫିକ୍‌ ଟିମ୍‌,ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଚଳାଇଛି ପୋଲିସ