ଦୈନିକ ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ
ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲରେ କଟିବ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ମନର ବଳ ଟାଣ ରହିବ ଓ ଅଟକିଥିବା କାମ ଶେଷ କରିପାରିବେ । ପରିବାରରେ ଖୁସିର ମାହୋଲ ରହିବ । ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି । ବୃଷ : ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ଚଳାଇନେବାକୁ […] The post ଦୈନିକ ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ appeared first on KNews Odisha.

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲରେ କଟିବ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ମନର ବଳ ଟାଣ ରହିବ ଓ ଅଟକିଥିବା କାମ ଶେଷ କରିପାରିବେ । ପରିବାରରେ ଖୁସିର ମାହୋଲ ରହିବ । ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି ।
ବୃଷ : ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ଚଳାଇନେବାକୁ ଚେଷ୍ଟା କରି ପାରନ୍ତି । ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ ।
ମିଥୁନ : ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହୋଇପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ଭୁଲ୍ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ ।
କର୍କଟ : ଆଜି ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରେ ଖୁସି ରହିବେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ ।
ସିଂହ : ଆଜି କୌଣସି ସମସ୍ୟା ଥିଲେ ମଧ୍ୟ ସବୁ ଠିକ ହେଇଯିବ । ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଆଶ୍ୱସ୍ତି ଲାଭ କରିବେ । କର୍ମକ୍ଷେତ୍ରରୁ ଆସିବା ବେଳକୁ ନିଜ ମନପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ ।
କନ୍ୟା : କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ଆତ୍ମୀୟମାନଙ୍କ ସହ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଆଜି କୌଣସି ଖୁସି ଖବର ପାଇବାର ଆଶା ରହିଛି । ଏହା ସାଙ୍ଗକୁ ସନ୍ତାନଙ୍କ କୃତିତ୍ୱ ପାଇଁ ଗର୍ବ କରିବେ ।
ତୁଳା : ଯେଉଁ ବିଷୟ ଲାଗି ଚିନ୍ତିତ ରହିଥିଲେ ସେଥିରେ କିଛି ଅସୁବିଧା ହେବନି । କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍ରୁ ଉପକୃତ ହେବେ ।
ବିଛା : ପରିବାରରେ ସୁଖଶାନ୍ତି ଫେରାଇ ଆଣିବାର ଯୋଜନା କରି ସଫଳ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ । ବନ୍ଧୁଙ୍କ ପୂର୍ବପରି ଆଦର, ଶ୍ରଦ୍ଧା ଓ ଅନୁରାଗର ମନୋଭାବ ନ ଥିବା ଅନୁଭବ କରିପାରନ୍ତି । ରଚନାମତ୍କ କାମ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଏବଂ ଚୁକ୍ତିପତ୍ର କରିବାରେ ସଫଳ ହେବେ ।
ଧନୁ : ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଚେଷ୍ଟା କରୁଥିବା କାମ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ । ଅର୍ଥନୈତିକ ଅଭିବୃଦ୍ଧି, ବନ୍ଧୁମିଳନ, ଭ୍ରମଣ ଓ ବସ୍ତ୍ରଭୂଷଣ ଲାଭରୁ ଖୁସି ହେବେ । ଭ୍ରାତୃ ସମ୍ପର୍କ ବ୍ୟାହତ ହୋଇପାରେ ।
ମକର : ପରିବାର ମଧ୍ୟରେ ବିଭିନ୍ନ ସମସ୍ୟାର ସାମ୍ନା କରି ନ ପାରି ବିବ୍ରତ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ । କୌଣସି କାରଣରୁ ଭୁଲ୍ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଝଗଡା ହୋଇପାରେ । ଆକସ୍ମିକ ଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ଜୁଟିଯାଇପାରେ ।
କୁମ୍ଭ : ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ବ୍ୟବସାୟ ଓ ପରିବହନ କ୍ଷେତ୍ର, ଆଲୋଚନା ପରିସର ଏବଂ ଆଇନ ଅଦାଲତରେ ସ୍ଥଗିତ କାମ ପୂରା କରିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ । ଦୀର୍ଘଦିନର ବକେୟା ଅର୍ଥ ଆଦାୟରେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି ।
ମୀନ : ଯେତେ ଚେଷ୍ଟାକଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିରକରି ଅସୁବିଧାର ସମ୍ମୁଖୀନ ହେବେ । ଅର୍ଥ କାରବାରରେ କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ନ ଫେରିବା କାରଣରୁ ଦୁଃଖିତ ହେବେ । କୌଣସି ମୂଲ୍ୟବାନ୍ ଜିନିଷ ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ ।
The post ଦୈନିକ ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ appeared first on KNews Odisha.