ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର
ଭୁବନେଶ୍ୱର,୨୯।୫ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲାବାର ଗ୍ରୁପ୍ର ଗୋଆସ୍ଥିତ ମାଲାବାର ହେଡ୍କ୍ୱାର୍ଟର୍ସ ପରିସରରେ ବିଶ୍ୱ କ୍ଷୁଧା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗ୍ରୁପ୍ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହଙ୍ଗର-ଫ୍ରି ୱାଲର୍ଡ’ ଜରିଆରେ ଦୈନିକ ୫୧,୦୦୦ ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବିତରଣ ସହ ଅଧିକରୁ ଅଧିକ ସହର ଓ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଗ୍ରୁପ୍ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଅଧୀନରେ […] The post ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର appeared first on Dharitri Odia News.
ଭୁବନେଶ୍ୱର,୨୯।୫ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲାବାର ଗ୍ରୁପ୍ର ଗୋଆସ୍ଥିତ ମାଲାବାର ହେଡ୍କ୍ୱାର୍ଟର୍ସ ପରିସରରେ ବିଶ୍ୱ କ୍ଷୁଧା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗ୍ରୁପ୍ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହଙ୍ଗର-ଫ୍ରି ୱାଲର୍ଡ’ ଜରିଆରେ ଦୈନିକ ୫୧,୦୦୦ ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବିତରଣ ସହ ଅଧିକରୁ ଅଧିକ ସହର ଓ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଗ୍ରୁପ୍ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଅଧୀନରେ ସର୍ବାଧିକ ୩୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି,ଯାହାକୁ ମିଳିତ ଜାତିସଂଘର ‘ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ ୨-ଜିରୋ ହଙ୍ଗର’ ଅଭିଯାନକୁ ସମର୍ଥନ କରିବା ପାଇଁ ଆରମ୍ଭ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମାଲାବାର ଗ୍ରୁପ୍ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଆର ରାଜ୍ୟପାଳ ପି.ଏସ୍ .ଶ୍ରୀଧରନ ପିଲାଇ ଔପଚାରିକ ଭାବେ ଏହାକୁ ଆରମ୍ଭ କରିଛନ୍ତି। ସେହିଭଳି ମାଲାବାର ଗ୍ରୁପ୍ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଏହି ଘୋଷଣା ଓ ସମ୍ପ୍ରସାରଣ ଯୋଜନା କରାଯାଇଛି ବୋଲି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍.ପି. ଅହମ୍ମଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ବିଧାୟକ ପି.ଟି.ଏ. ରହିମ୍ ‘ହଙ୍ଗର-ଫ୍ରି ୱାର୍ଲଡ ଡୋନେଶନ ଗେଟ୍ୱେ’ର ଏବଂ ବିଧାୟକ ଥୋଟ୍ଟାଥିଲ ରବିନ୍ଦ୍ରନ ଗ୍ରୁପ୍ର ଅଫିସିଆଲ ନ୍ୟୁଜ୍ଲେଟର୍କୁ ଆନୁଷ୍ଠାନିକ ଭାବେ ଅନାବରଣ (ଉନ୍ମୋଚନ) କରିଥିଲେ। ସେହିପରି ଆଇପିଆର୍ଏଚ୍ ଦୟା ରିହାବିଲିଟେଶନ ଟ୍ରଷ୍ଟର ପ୍ରକଳ୍ପ ମୁଖ୍ୟ ଡା. ବାସିଥ୍ ବଡକାୟିଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲାବେଳେ ପିକେ ଗ୍ରୁପ୍ର ଅଧ୍ୟକ୍ଷ ପି.କେ . ଅହମ୍ମଦ,ମାତୃଭୂମିର ପରିଚାଳନା ସମ୍ପାଦକ ପି .ଭି. ଚନ୍ଦ୍ରନ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏହି ଅବସରରେ ମାଲାବର ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, କେ ପି ବୀରାନ କୁଟ୍ଟୀ ଉପସ୍ଥିତ ରହିଥିଲେ। ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସର ପରିଚାଳନା ନିର୍ଦ୍ଦେଶକ (ଇଣ୍ଡିଆ ଅପରେଶନ୍ସ) ଓ ଆସେର୍ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ମାଲାବାର ଗ୍ରୁପ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ନିଶାଦ ଏ କେ ଧନ୍ୟବାଦ ଅର୍ପଣ କରିଛନ୍ତି।
The post ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର appeared first on Dharitri Odia News.