ଦୋକାନ ବନ୍ଦ କରି ଘରକୁ ଯାଉଥିଲେ, ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ଲୁଟିନେଲେ
ଯାଜପୁର: ପୁଣି ବନ୍ଧୁକ ମୁନରେ ଲୁଟ୍ । ନିକଟରେ ପଣ୍ଡା ସୁନା ଅଳଙ୍କାର ଘଟଣା ମନରୁ ପାସୋରି ନଥିବା ବେଳେ ପୁଣି ଯାଜପୁରରେ ଲୁଟର ଶିକାର ହୋଇଛନ୍ତି ଅନ୍ୟ ଜଣେ ବ୍ୟବସାୟୀ । ବିଚ୍ ରାସ୍ତାରେ ସୁନା ବ୍ୟବସାୟୀଙ୍କଠୁ ଝାମ୍ପିନେଲେ । ୬ ଜଣ ଆସିଥିଲେ ବ୍ୟବସାୟୀଙ୍କୁ ମାଡ଼ି ବସିଥିଲେ । ବନ୍ଧୁକ ଦେଖାଇ ସୁନା ଦେକାନୀଙ୍କ ଠାରୁ ସବୁ ସୁନା ଟଙ୍କା ଲୁଟି ନେଇ ପଳାଇଥିଲେ । ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଲୁଟ୍ ର […] The post ଦୋକାନ ବନ୍ଦ କରି ଘରକୁ ଯାଉଥିଲେ, ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ଲୁଟିନେଲେ appeared first on KNews Odisha.

ଯାଜପୁର: ପୁଣି ବନ୍ଧୁକ ମୁନରେ ଲୁଟ୍ । ନିକଟରେ ପଣ୍ଡା ସୁନା ଅଳଙ୍କାର ଘଟଣା ମନରୁ ପାସୋରି ନଥିବା ବେଳେ ପୁଣି ଯାଜପୁରରେ ଲୁଟର ଶିକାର ହୋଇଛନ୍ତି ଅନ୍ୟ ଜଣେ ବ୍ୟବସାୟୀ । ବିଚ୍ ରାସ୍ତାରେ ସୁନା ବ୍ୟବସାୟୀଙ୍କଠୁ ଝାମ୍ପିନେଲେ । ୬ ଜଣ ଆସିଥିଲେ ବ୍ୟବସାୟୀଙ୍କୁ ମାଡ଼ି ବସିଥିଲେ । ବନ୍ଧୁକ ଦେଖାଇ ସୁନା ଦେକାନୀଙ୍କ ଠାରୁ ସବୁ ସୁନା ଟଙ୍କା ଲୁଟି ନେଇ ପଳାଇଥିଲେ । ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଲୁଟ୍ ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ।
ତେବେ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ଖବର ଭିତରେ ସିରୋନାମା ପାଲଟିଥିବା ଲୁଟ ଖବର ବର୍ତ୍ତମାନ ସମସ୍ତଙ୍କୁ ଭୟଭୀତ କରି ରଖିଛି । ଲୋକେ ବୁଝି ସାରିଲେଣି ଏବେ ସେ ସୁରକ୍ଷିତ ନୁହଁନ୍ତି । କାରଣ ଲୁଟେରା ମାନେ କେତେବେଳେ ରାସ୍ତାରୁ ଝାମ୍ପି ନେଲେଣି ତ ଆଉ କେତେବେଳେ ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେଣି । ଯଦି ସେମିତି ଉପାୟରେ ଲୁଟି ନ ପାରିଲେ ବେକରେ ଭୁଜାଲି ନହେଲେ ବନ୍ଧୁକ ଦେଖାଇ ଲୁଟୁଛନ୍ତି । ଚାରିଆଡ଼େ କେବଳ ଲୁଟ୍ ର ଆତଙ୍କ ଖେଳାଇଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ରାଉତରାପୁର ନିକଟରେ ସୁନା ବ୍ୟବସାୟୀଙ୍କ ଠୁ ସୁନା ଲୁଟି ନେଲେ ଦୃର୍ବୁତ୍ତ । କାଏମା ନିକଟରେ ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ ସେ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ୬ ଜଣ ଦୃର୍ବୁତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଛନ୍ତି ।
ବ୍ୟାଗରେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଥିବା ବେଳେ କିଛି ଦରକାରୀ କାଗଜ ପତ୍ର ମଧ୍ୟ ଦୁବୃର୍ତ୍ତ ମାନେ ନେଇ ଯାଇଛନ୍ତି । ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କିଛି ଦିନ ହେବ ଧର୍ମଶାଳା ଅଞ୍ଚଳରେ ବାରମ୍ବାର ଲୁଟ ହେଉଥିବା ବେଳେ ଚୋରି ରାହାଜାନୀ ବଢ଼ି ଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଲୁଟେରାଙ୍କ ପାର୍ଦୁଭାବ ଦିନକୁ ଦିନ ବଢ଼ି ଚାଲିଛି । ଏହା ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଏହି ଅଞ୍ଚଳରେ ରାତିରେ ପୋଲିସ ପାଟ୍ରୋଲିଂ ଠିକ ଭାବେ କଲେ ହୁଏତ ଏଭଳି ଚୋରି ହେବନି ବୋଲି ଅଞ୍ଚଳବାସୀ କହିଛନ୍ତି । ତେବେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
The post ଦୋକାନ ବନ୍ଦ କରି ଘରକୁ ଯାଉଥିଲେ, ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ଲୁଟିନେଲେ appeared first on KNews Odisha.