କ୍ରିକେଟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା, ରୋହିତଙ୍କ ପରେ ଟେଷ୍ଟରୁ ବିଦାୟ ନେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଜଗତକୁ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାର ସୂଚନା ଦେଇଛନ୍ତି । ଗତ କିଛିଦିନ ହେଲାଣି ବିରାଟଙ୍କ ସନ୍ନ୍ୟାସ ନେବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିଲା । ବିରାଟ କୋହଲି ବିସିସିଆଇ ନିକଟରେ ନିଜର ଟେଷ୍ଟ କ୍ୟାରିଅରରୁ ବିଦାୟ ପାଇଁ ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ ବିସିସିଆଇ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜ ଦେଖି […] The post କ୍ରିକେଟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା, ରୋହିତଙ୍କ ପରେ ଟେଷ୍ଟରୁ ବିଦାୟ ନେଲେ ବିରାଟ କୋହଲି appeared first on KNews Odisha.

କ୍ରିକେଟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା, ରୋହିତଙ୍କ ପରେ ଟେଷ୍ଟରୁ ବିଦାୟ ନେଲେ ବିରାଟ କୋହଲି
virat test

ଭାରତୀୟ କ୍ରିକେଟ ଜଗତକୁ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାର ସୂଚନା ଦେଇଛନ୍ତି ।

ଗତ କିଛିଦିନ ହେଲାଣି ବିରାଟଙ୍କ ସନ୍ନ୍ୟାସ ନେବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିଲା । ବିରାଟ କୋହଲି ବିସିସିଆଇ ନିକଟରେ ନିଜର ଟେଷ୍ଟ କ୍ୟାରିଅରରୁ ବିଦାୟ ପାଇଁ ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ ବିସିସିଆଇ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜ ଦେଖି ତାଙ୍କୁ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ କହିଥିଲା । କିନ୍ତୁ ବିରାଟ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଗୋଟିଏ ସପ୍ତାହରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି । ରୋହିତ ଶର୍ମାଙ୍କ ରିଟାୟର ପରେ ବିରାଟ କୋହଲିଙ୍କ ରିଟାୟର ଫ୍ୟାନ୍ସଙ୍କୁ ବାଧୁଛି ।

ପୂର୍ବରୁ ବିରାଟ କୋହଲି ଟି୨୦ରୁ ସନ୍ନ୍ୟାସ ନେଇସାରିଲେ । ଏହାପରେ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ଏବେ କେବଳ ଦିନିକିଆ ମ୍ୟାଚ ଖେଳିବେ ।  ବିରାଟ କୋହଲି କ୍ୟାରିୟର ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ଆଭରେଜରେ ୯୨୩୦ ରନ୍ କରିପାରିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ କରିଛନ୍ତି ।

ବିରାଟ କୋହଲିଙ୍କର ଟେଷ୍ଟ ଅଧିନାୟକ ଭାବେ  ନାଁ ରହିଛି । ୬୮ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୪୦ଟି ବିଜୟ ଭାରତକୁ ଦେଇଛନ୍ତି । ସେହି ମ୍ୟାଚରେ ୫୪.୮୦ ଆଭରେଜରେ ୫୮୬୪ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ କୋହଲି ୨୦ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି  ସର୍ବାଧିକ ସ୍କୋର ୨୫୪ ରନ୍ କରିଛନ୍ତି ।

ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ । ଏହି ସମୟରେ ୫ଟି ଟେଷ୍ଟ ମ୍ୟାଚ ଖେଳିବ ଇଣ୍ଡିଆ ।

Also Read : ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ପାଇଁ ଭାବୁକ ହେଲେ ବିରାଟ କୋହଲି, କଲେ ଏଭଳି ପୋଷ୍ଟ

The post କ୍ରିକେଟ ଫ୍ୟାନ୍ସଙ୍କୁ ଆଉ ଏକ ଝଟକା, ରୋହିତଙ୍କ ପରେ ଟେଷ୍ଟରୁ ବିଦାୟ ନେଲେ ବିରାଟ କୋହଲି appeared first on KNews Odisha.