ପୁଣି ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ, ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ ଅଭିଯୋଗ
ଥମୁନି ଓଲିଉଡ କଳି। ଗୋଟିଏ ବିବାଦ ଥମିବା ବେଳକୁ ମୁଣ୍ଡ ଟେକୁଛି ଆଉ ଏକ ବିବାଦ । ଏବେ ଫିଲ୍ମ ନିର୍ଦେଶକ ବବି ଇସଲାମଙ୍କୁ ଜୀବନରେ ମାରିଦେବାକୁ ଧମକ। ମନୋଜ ମିଶ୍ରଙ୍କ ସମର୍ଥକ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବବି ଇସଲାମ । ଏନେଇ କଟକ ଦରଘାବଜାର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସେ ମନୋଜ ମିଶ୍ରଙ୍କ ବିରୋଧରେ କହୁଥିବାରୁ ତାଙ୍କୁ ମାରି ଦେବାପାଇଁ ମନୋଜଙ୍କ ସମର୍ଥକମାନେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି […] The post ପୁଣି ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ, ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ ଅଭିଯୋଗ appeared first on KNews Odisha.

ଥମୁନି ଓଲିଉଡ କଳି। ଗୋଟିଏ ବିବାଦ ଥମିବା ବେଳକୁ ମୁଣ୍ଡ ଟେକୁଛି ଆଉ ଏକ ବିବାଦ । ଏବେ ଫିଲ୍ମ ନିର୍ଦେଶକ ବବି ଇସଲାମଙ୍କୁ ଜୀବନରେ ମାରିଦେବାକୁ ଧମକ। ମନୋଜ ମିଶ୍ରଙ୍କ ସମର୍ଥକ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବବି ଇସଲାମ । ଏନେଇ କଟକ ଦରଘାବଜାର ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।
ସେ ମନୋଜ ମିଶ୍ରଙ୍କ ବିରୋଧରେ କହୁଥିବାରୁ ତାଙ୍କୁ ମାରି ଦେବାପାଇଁ ମନୋଜଙ୍କ ସମର୍ଥକମାନେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବବି ଇସଲାମ । ଗତକାଲି ଏକ ଟିଭି ଡିବେଟରେ ମନୋଜ ମିଶ୍ରଙ୍କ ବିରୋଧରେ କହିଥିଲେ । ତାପରେ ଫୋନ୍ ରେ ଏହି ହତ୍ୟା ଧମକ ଆସିଥିବା ବବି କହିଛନ୍ତି । ପୋଲିସ ଏନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ବବି । ସେପଟେ ଦରଘାବଜାର ଥାନା ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚଲାଇଛି ।
The post ପୁଣି ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ, ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ ଅଭିଯୋଗ appeared first on KNews Odisha.