ଦୋକାନରୁ ୭୫ ହଜାର ଟଙ୍କାର ମିଠା ଚୋରି ଘଟଣା, ଜଣେ ଗିରଫ,ସହଯୋଗୀ ଫେରାର

ନୂଆଦିଲ୍ଲୀ ୮/୧୦: ମିଠା ଦୋକାନରୁ ୧୫ କିଲୋ ଘିଅ,୨୦ କିଲୋ ନମକିନ ଚୋରି କରିଥିବା ଅଭିଯୋଗରେ ଚୋରକୁ ବାନ୍ଧିଛି ପୋଲିସ । ଚୋରି ହୋଇଥିବା ମିଠାର ମୂଲ୍ୟ ପ୍ରାୟ ୭୫ ହଜାର ହେବ । ଘଟଣାରେ ପୋଲିସ ରାହୁଲ ନାମକ ଜଣେ ଯୁବକକୁ ଗିରଫ କରିଛି । ପଚରାଉଚରା ସମୟରେ ସେ ମାନିଛି ଚୋରୀ କରିବାରେ ତାକୁ ସହଯୋଗ କରିଥିଲା ସାଂଗ ସୁରଜ । ଯିଏକି ଏବେ ଫେରାର ଅଛି । ପୋଲିସ କହିଛି ରାହୁଲ କୌଣସି ସାଧାରଣ ଚୋର ନଥିଲା । ତା ନାଁରେ ଚୋରି,ହତ୍ୟା ସମେତ ୬୪ଟି ମାମଲା ରହିଛି ।ଅକ୍ଟୋବର ୧ରେ ପିତମପୁରା ସ୍ଥିତ ଏକ ମିଠା ଦୋକାନରୁ ଚୋରି ଅଭିଯୋଗ ହୋଇଥିଲା । ଦୋକାନର ମାଲିକ କହିଛନ୍ତି ମୋର ଜଣେ ସାଂଗ ମାଧ୍ୟମରେ ଦୋକାନ ଖୋଲାଥିବାର ଶୁଣିବା ପରେ ମୁଁ ଦୋକାନକୁ ଆସି ଦେଖିଥିଲି । ଯାହା ଦେଖିଲି ମୋ ହୋସ୍‌ ଉଡିଗଲା । ଦୋକାନର ସବୁ ଜିନିଷ ଏପଟସେପଟ ହୋଇ ପଡିଥିଲା । ସିସିଟିଭି ଫୁଟେଜ ଦେଖିବା ପରେ ୨ ଜଣ ଚୋର ଦୋକାନ ଖୋଲି ପଶିଥିବା ସ୍ପଷ୍ଟ ଜଣାପଡିଥିଲା । ସିସିଟିଭି ଆଧାରରେ ପୋଲିସ ରାହୁଲକୁ ଗିରଫ କରିଥିବାବେଳେ ସୂରଜ ଏବେବି ଫେରାର ଅଛି । 

ଦୋକାନରୁ ୭୫ ହଜାର ଟଙ୍କାର ମିଠା ଚୋରି ଘଟଣା, ଜଣେ ଗିରଫ,ସହଯୋଗୀ ଫେରାର

ନୂଆଦିଲ୍ଲୀ ୮/୧୦: ମିଠା ଦୋକାନରୁ ୧୫ କିଲୋ ଘିଅ,୨୦ କିଲୋ ନମକିନ ଚୋରି କରିଥିବା ଅଭିଯୋଗରେ ଚୋରକୁ ବାନ୍ଧିଛି ପୋଲିସ । ଚୋରି ହୋଇଥିବା ମିଠାର ମୂଲ୍ୟ ପ୍ରାୟ ୭୫ ହଜାର ହେବ । ଘଟଣାରେ ପୋଲିସ ରାହୁଲ ନାମକ ଜଣେ ଯୁବକକୁ ଗିରଫ କରିଛି । ପଚରାଉଚରା ସମୟରେ ସେ ମାନିଛି ଚୋରୀ କରିବାରେ ତାକୁ ସହଯୋଗ କରିଥିଲା ସାଂଗ ସୁରଜ । ଯିଏକି ଏବେ ଫେରାର ଅଛି । ପୋଲିସ କହିଛି ରାହୁଲ କୌଣସି ସାଧାରଣ ଚୋର ନଥିଲା । ତା ନାଁରେ ଚୋରି,ହତ୍ୟା ସମେତ ୬୪ଟି ମାମଲା ରହିଛି ।

ଅକ୍ଟୋବର ୧ରେ ପିତମପୁରା ସ୍ଥିତ ଏକ ମିଠା ଦୋକାନରୁ ଚୋରି ଅଭିଯୋଗ ହୋଇଥିଲା । ଦୋକାନର ମାଲିକ କହିଛନ୍ତି ମୋର ଜଣେ ସାଂଗ ମାଧ୍ୟମରେ ଦୋକାନ ଖୋଲାଥିବାର ଶୁଣିବା ପରେ ମୁଁ ଦୋକାନକୁ ଆସି ଦେଖିଥିଲି । ଯାହା ଦେଖିଲି ମୋ ହୋସ୍‌ ଉଡିଗଲା । ଦୋକାନର ସବୁ ଜିନିଷ ଏପଟସେପଟ ହୋଇ ପଡିଥିଲା । ସିସିଟିଭି ଫୁଟେଜ ଦେଖିବା ପରେ ୨ ଜଣ ଚୋର ଦୋକାନ ଖୋଲି ପଶିଥିବା ସ୍ପଷ୍ଟ ଜଣାପଡିଥିଲା । ସିସିଟିଭି ଆଧାରରେ ପୋଲିସ ରାହୁଲକୁ ଗିରଫ କରିଥିବାବେଳେ ସୂରଜ ଏବେବି ଫେରାର ଅଛି ।