ଦୋକାନରେ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ

ମୁମ୍ବାଇ,୬ା୧୦: ମୁମ୍ବାଇରେ ଥିବା ଏକ ଦୁଇମହଲା ବିଶିଷ୍ଟ ଦୋକାନ ତଥା ଆବାସିକ ବିଲ୍ଡିଂରେ ରବିବାର ନିଆଁ ଲାଗିଯିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନିରେ ଥିବା ଉକ୍ତ ବିଲ୍ଡିଂରେ ଭୋର ୫ଟା ୨୦ ମିନିଟ୍‌ ସମୟରେ ନିଆଁ ଲାଗିଥିଲା। ବିଲ୍ଡିଂର ତଳମହଲାରେ ଏକ ଦୋକାନ ଚାଲିଥିବା ବେଳେ ଉପର ମହଲାରେ ଲୋକେ ରହୁଥିଲେ। ତଳମହଲାରେ ନିଆଁଲାଗି ଏହା ଉପର ମହଲାକୁ ବ୍ୟାପିଯାଇଥିଲା ବୋଲି […] The post ଦୋକାନରେ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ appeared first on Dharitri Odia News.

ଦୋକାନରେ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ

ମୁମ୍ବାଇ,୬ା୧୦: ମୁମ୍ବାଇରେ ଥିବା ଏକ ଦୁଇମହଲା ବିଶିଷ୍ଟ ଦୋକାନ ତଥା ଆବାସିକ ବିଲ୍ଡିଂରେ ରବିବାର ନିଆଁ ଲାଗିଯିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି।

ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନିରେ ଥିବା ଉକ୍ତ ବିଲ୍ଡିଂରେ ଭୋର ୫ଟା ୨୦ ମିନିଟ୍‌ ସମୟରେ ନିଆଁ ଲାଗିଥିଲା। ବିଲ୍ଡିଂର ତଳମହଲାରେ ଏକ ଦୋକାନ ଚାଲିଥିବା ବେଳେ ଉପର ମହଲାରେ ଲୋକେ ରହୁଥିଲେ। ତଳମହଲାରେ ନିଆଁଲାଗି ଏହା ଉପର ମହଲାକୁ ବ୍ୟାପିଯାଇଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।

ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ୭ ଜଣଙ୍କୁ ନିକଟବର୍ତ୍ତୀ ରାଜଓ୍ବାଡ଼ି ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ୫ଟି ଦମକଳ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।

The post ଦୋକାନରେ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ appeared first on Dharitri Odia News.