ଦୋକାନରେ ପଶି ଲୁଟିଥିଲେ ଲକ୍ଷାଧିକ ଟଙ୍କାର ମୋବାଇଲ, ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ
ବ୍ରହ୍ମପୁର: ମୋବାଇଲ ଦୋକାନରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ କରିବା ଘଟଣାରେ ପୋଲିସ ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି। ଗତ ୭ ତାରିଖରେ ନିମଖଣ୍ଡି ଥାନା ଅଞ୍ଚଳ ଲୋଚାପଡ଼ା ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ୍ କରିଥିଲେ ଏହି ଅଭିଯୁକ୍ତମାନେ।ସୂଚନା ଅନୁଯାୟୀ, ଲୋଚାପଡ଼ା ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଶ୍ରୀକାନ୍ତ ସାହୁଙ୍କ ମୋବାଇଲ ଦୋକାନରୁ ନଗଦ ୧ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା। ଚୋରମାନେ ଦୋକାନର କବାଟ ଭାଙ୍ଗି ମୋବାଇଲ ଲୁଟ କରିଥିଲେ।ଘଟଣାର ସିସିଟିଭ ଭିଜୁଆଲ ଭାଇରାଲ ହେବା ପରେ ପୋଲିସ ତଦନ୍ତ କରିଥିଲା।ଆଉ ତଦନ୍ତ ଆଧାରରେ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି ନିମଖଣ୍ଡି ପୋଲିସ। ଏହା ୨୦ରୁ ଉର୍ଦ୍ଧ୍ବ ମୋବାଇଲ ଫୋନକୁ ଜବତ କରିଥିବା ନେଇ ମଧ୍ୟ ସୂଚନା ଦେଇଛି ପୋଲିସ୍।
ବ୍ରହ୍ମପୁର: ମୋବାଇଲ ଦୋକାନରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ କରିବା ଘଟଣାରେ ପୋଲିସ ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି। ଗତ ୭ ତାରିଖରେ ନିମଖଣ୍ଡି ଥାନା ଅଞ୍ଚଳ ଲୋଚାପଡ଼ା ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ୍ କରିଥିଲେ ଏହି ଅଭିଯୁକ୍ତମାନେ।
ସୂଚନା ଅନୁଯାୟୀ, ଲୋଚାପଡ଼ା ଅଞ୍ଚଳର ମୁଖ୍ୟ ରାସ୍ତାରେ ଥିବା ଶ୍ରୀକାନ୍ତ ସାହୁଙ୍କ ମୋବାଇଲ ଦୋକାନରୁ ନଗଦ ୧ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା। ଚୋରମାନେ ଦୋକାନର କବାଟ ଭାଙ୍ଗି ମୋବାଇଲ ଲୁଟ କରିଥିଲେ।ଘଟଣାର ସିସିଟିଭ ଭିଜୁଆଲ ଭାଇରାଲ ହେବା ପରେ ପୋଲିସ ତଦନ୍ତ କରିଥିଲା।

ଆଉ ତଦନ୍ତ ଆଧାରରେ ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିଛି ନିମଖଣ୍ଡି ପୋଲିସ। ଏହା ୨୦ରୁ ଉର୍ଦ୍ଧ୍ବ ମୋବାଇଲ ଫୋନକୁ ଜବତ କରିଥିବା ନେଇ ମଧ୍ୟ ସୂଚନା ଦେଇଛି ପୋଲିସ୍।