ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ପରମ୍ପରା, ଠାକୁରଙ୍କ ସମ୍ମୁଖରେ ପାଞ୍ଜି ପଠନ

ପୁରୀ ୨୫/୦୩ : ସୋମବାର ପବିତ୍ର ଦୋଳପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ଗହଣରେ ଝିମିରି ଫଗୁ ଅବୀର ଖେଳି ଦୋଳବେଦୀରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏଥିସହ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ମହାନ୍‌ ପରମ୍ପରାକୁ ଭିତ୍ତି କରି ଶ୍ରୀକ୍ଷେତ୍ରର ଷୋଳଶାସନ ଏବଂ ସହରରେ ଥିବା ବିଭିନ୍ନ ମଠର ଦୋଳବେଦୀରେ ଶ୍ରୀକୃଷ୍ଣ, ରାଧାଙ୍କୁ ବିରାଜମାନ ମଧ୍ୟ କରାଯାଇଥାଏ । ଏହି ଦିନର ପ୍ରମୁଖ ବିଶେଷତ୍ଵ ହେଉଛି ଦୋଳବେଦୀରେ ବିରାଜିତ ଠାକୁରଙ୍କ ସମ୍ମୁଖରେ ନୂତନ ପାଞ୍ଜି ପଠନ । ଆସନ୍ତା ପଣା ସଂକ୍ରାନ୍ତି ବା ଓଡ଼ିଆ ନବ ବର୍ଷରେ ନୂତନ ପଞ୍ଜିକା ପ୍ରଚଳିତ ହେବାକୁ ଥିଲେ ମଧ୍ୟ ଏହି ପାଞ୍ଜି ଦୋଳପୂର୍ଣ୍ଣିମା ଦିନ ଠାକୁରଙ୍କ ସମ୍ମୁଖରେ ପାଠ କରାଯାଇଥାଏ । ଏକବର୍ଷ ପର୍ଯ୍ୟନ୍ତ ପାଞ୍ଜିରେ ରହିଥିବା ପର୍ବ ପର୍ବାଣୀ, ଜାନିଯାତ୍ରା, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବିଭାଘର, ବ୍ରତଘର, ଶ୍ରାଦ୍ଧ, ବାର ଗୋଟି ରାଶିର ଫଳ, ରାଜ୍ୟ ତଥା ଦେଶ ପାଇଁ ବର୍ଷଟି କେମିତି କଟିବ ସେ ସମ୍ପର୍କରେ ସମସ୍ତ ସୂଚନା ରହିଥାଏ । 

ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ପରମ୍ପରା, ଠାକୁରଙ୍କ ସମ୍ମୁଖରେ ପାଞ୍ଜି ପଠନ

ପୁରୀ ୨୫/୦୩ : ସୋମବାର ପବିତ୍ର ଦୋଳପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ଗହଣରେ ଝିମିରି ଫଗୁ ଅବୀର ଖେଳି ଦୋଳବେଦୀରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏଥିସହ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । 


ଏହି ମହାନ୍‌ ପରମ୍ପରାକୁ ଭିତ୍ତି କରି ଶ୍ରୀକ୍ଷେତ୍ରର ଷୋଳଶାସନ ଏବଂ ସହରରେ ଥିବା ବିଭିନ୍ନ ମଠର ଦୋଳବେଦୀରେ ଶ୍ରୀକୃଷ୍ଣ, ରାଧାଙ୍କୁ ବିରାଜମାନ ମଧ୍ୟ କରାଯାଇଥାଏ । ଏହି ଦିନର ପ୍ରମୁଖ ବିଶେଷତ୍ଵ ହେଉଛି ଦୋଳବେଦୀରେ ବିରାଜିତ ଠାକୁରଙ୍କ ସମ୍ମୁଖରେ ନୂତନ ପାଞ୍ଜି ପଠନ । 


ଆସନ୍ତା ପଣା ସଂକ୍ରାନ୍ତି ବା ଓଡ଼ିଆ ନବ ବର୍ଷରେ ନୂତନ ପଞ୍ଜିକା ପ୍ରଚଳିତ ହେବାକୁ ଥିଲେ ମଧ୍ୟ ଏହି ପାଞ୍ଜି ଦୋଳପୂର୍ଣ୍ଣିମା ଦିନ ଠାକୁରଙ୍କ ସମ୍ମୁଖରେ ପାଠ କରାଯାଇଥାଏ । ଏକବର୍ଷ ପର୍ଯ୍ୟନ୍ତ ପାଞ୍ଜିରେ ରହିଥିବା ପର୍ବ ପର୍ବାଣୀ, ଜାନିଯାତ୍ରା, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବିଭାଘର, ବ୍ରତଘର, ଶ୍ରାଦ୍ଧ, ବାର ଗୋଟି ରାଶିର ଫଳ, ରାଜ୍ୟ ତଥା ଦେଶ ପାଇଁ ବର୍ଷଟି କେମିତି କଟିବ ସେ ସମ୍ପର୍କରେ ସମସ୍ତ ସୂଚନା ରହିଥାଏ ।