ଦ୍ବିତୀୟ ଦିନ ବିଧାନସଭାରେ ହୁଲୁସ୍ତୁଲ ସ୍ଥିତି, ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ହୁଲୁସ୍ତୁଲ ସ୍ଥିତି । ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟ କାଳ । ସକାଳ ୧୦ ଟା ୩୦ ରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରା ବାଜି ଆରମ୍ଭ କରି ଦେଇଥିଲେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ । ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ବି ଜାରି […] The post ଦ୍ବିତୀୟ ଦିନ ବିଧାନସଭାରେ ହୁଲୁସ୍ତୁଲ ସ୍ଥିତି, ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ appeared first on KNews Odisha.

ଦ୍ବିତୀୟ ଦିନ ବିଧାନସଭାରେ ହୁଲୁସ୍ତୁଲ ସ୍ଥିତି, ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ
assembly

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ହୁଲୁସ୍ତୁଲ ସ୍ଥିତି । ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟ କାଳ । ସକାଳ ୧୦ ଟା ୩୦ ରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରା ବାଜି ଆରମ୍ଭ କରି ଦେଇଥିଲେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ।

ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ବି ଜାରି ରହିଲା ହଟ୍ଟଗୋଳ । ଏପରିକି ବିଜେଡ଼ି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ମାଇକ ଭାଙ୍ଗି ଦେଇଥିବା ବେଳେ ବିଧାୟକ ଯୋଗେଶ ସିଂ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯାଇଥିଲେ । ଯେଉଁଥିପାଇଁ ପ୍ରଥମେ ୧୧.୩୦  ଯାଏଁ, ତାପରେ ଅପରାହ୍ନ ୪ ଟା ଏବଂ ଶେଷରେ ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

ସେପଟେ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ଏବଂ ଅସାମ୍ବିଧାନିକ । ତେଣୁ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ମୁଁ ଦାବି କରୁଛି ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

The post ଦ୍ବିତୀୟ ଦିନ ବିଧାନସଭାରେ ହୁଲୁସ୍ତୁଲ ସ୍ଥିତି, ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ appeared first on KNews Odisha.