ଦ୍ରୁତ ଗତି ହେଲା କାଳ: ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର
ଖୋର୍ଦ୍ଧା: ଟ୍ରକକୁ ପଛରୁ ପିଟିଲା କାର୍, ଦୁଇ ମୃତ । ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କାର୍ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳୁ ଏକ କାର୍ ଦ୍ରୁତ ଗତିରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ […] The post ଦ୍ରୁତ ଗତି ହେଲା କାଳ: ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର appeared first on KNews Odisha.

ଖୋର୍ଦ୍ଧା: ଟ୍ରକକୁ ପଛରୁ ପିଟିଲା କାର୍, ଦୁଇ ମୃତ । ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କାର୍ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ସକାଳୁ ଏକ କାର୍ ଦ୍ରୁତ ଗତିରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ବନ୍ଧୁକ ମୁନରେ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ
The post ଦ୍ରୁତ ଗତି ହେଲା କାଳ: ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର appeared first on KNews Odisha.