ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡିଲା ରଥ । ଗତକାଲି ଚତୁର୍ଦ୍ଧା ମୂର୍ତ୍ତଙ୍କୁ ଗୋଟି ପହଣ୍ଡିରେ ବିଜେ... The post ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ appeared first on .

ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡିଲା ରଥ । ଗତକାଲି ଚତୁର୍ଦ୍ଧା ମୂର୍ତ୍ତଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇ ରଥାରୂଢ କରାଯାଇଛି । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି ରଥଯାତ୍ରା । ଚଳିତ ରଥଯାତ୍ରାରେ ମୟୂରଭଞ୍ଜର ମହାରାଜା ପ୍ରବୀଣ ଭଞ୍ଜଦେଓ ନୂଆ କରି ରଥରେ ଛେରା ପହଁରା କରିଛନ୍ତି । ପ୍ରଥମେ ବଳଭଦ୍ର ରଥଟଣା ଯିବା ପରେ ଦେବଦଳନ ରଥକୁ ମହିଳା ମାନେ ଟାଣି ବା ପରେ ବାରିପଦା ଟାଉନ ଥାନା ସମ୍ମୁଖରେ ରଖାଯିବ। ଆସନ୍ତାକାଲି ଅପରାହ୍ନରେ ଦେଵୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଢ଼ିବ। ତିନୋଟି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ସନ୍ଧ୍ୟାରେ ଜୀଉ ମାନଙ୍କୁ ନିତି କରାଯାଇ ଗୁଣ୍ଡିଚା ମନ୍ଦିରକୁ ଵିଜେ କରାଯିବ। ଚଳିତ ଥର ପାଗ ଅନୁକୂଳ ଥିବାରୁ ବଡଦାଣ୍ଡରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳୁଛି । ଦେବୀ ସୁଭଦ୍ରାଙ୍କ ରଥ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଡିବାର କାର୍ଯ୍ଯକ୍ରମ ରହିଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି।  ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ଗଣପର୍ବକୁ ସଫଳତାର ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଵ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

The post ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ଗଡିଲା ରଥ appeared first on .