ଦ୍ୱାରକୁ ED ଓ IT ପହଞ୍ଚିବା ପରେ ଇଲେକ୍ଟୋରାଲ ବଣ୍ଡ କିଣିଥିଲେ ୩ କମ୍ପାନୀ
ନୂଆଦିଲ୍ଲୀ ୧୫।୩: ନିର୍ବାଚନ ଆୟୋଗ ତାଙ୍କ ୱେବସାଇଟ୍ରେ ଇଲୋକ୍ଟୋରାଲ ବଣ୍ଡର ତଥ୍ୟ ସାର୍ବଜନିକ କରିଛନ୍ତି। ଷ୍ଟିଲ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କଠାରୁ ଆରମ୍ଭ କରି ଏୟାରଟେଲର ସୁନୀଲ ଭାରତୀ ମିତ୍ତଲ, ବେଦାନ୍ତର ଅନୀଲ ଅଗ୍ରୱାଲ, ଆଇଟିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏପରିକି ସ୍ୱଳ୍ପ ଜଣାଶୁଣା ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ବିସେସ୍ ରଦ୍ଦ ହୋଇସାରିଥିବା ନିର୍ବାଚନୀ ବଣ୍ଡ କ୍ରୟରେ ଅଗ୍ରଣୀ ଥିଲେ। ୨୦୧୯ରୁ ୨୦୨୪ ମଧ୍ୟରେ ରାଜନୈତିକ ଦଳଙ୍କୁ ଟପ୍ ନିର୍ବାଚନୀ ବଣ୍ଡ ଡୋନରଙ୍କ ମଧ୍ୟରେ ଏପରି ୩ ସଂସ୍ଥା ଅଛନ୍ତି ଯେଉଁମାନେ ଆୟକର (ଆଇଟି) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ ପରେ ଏହି ବଣ୍ଡ କିଣିଛନ୍ତି। ଏମାନଙ୍କ ମଧ୍ୟରେ ଲଟେରୀ କମ୍ପାନୀ ଫ୍ୟୁଚର ଗେମିଂ, ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ ମାଇନିଂ ଓ ବେଦାନ୍ତ ସେମାନଙ୍କ ଦ୍ୱାରକୁ ଇଡି ଓ ଆଇଟି ପହଞ୍ଚିବା ପରେ ନିର୍ବାଚନୀ ବଣ୍ଡ କିଣିଥିଲେ। ଯାହା ଏହି ବଣ୍ଡର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗୁରୁବାର ଜାରି ତଥ୍ୟ ଅନୁସାରେ ନିର୍ବାଚନ ବଣ୍ଡର ଶୀର୍ଷ କ୍ରେତା ହେଉଛନ୍ତି ସାଣ୍ଟିଆଗୋ ମାର୍ଟିନ ସଞ୍ଚାଳିତ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲସ୍ ପ୍ରାଇଭେଟ ଲିମିଟେଡ। ଏହି ଲଟେରୀ କମ୍ପାନୀ ୨୦୧୯ରୁ ୨୦୨୪ ମଧ୍ୟରେ ୧,୩୦୦ କୋଟି ଟଙ୍କାର ବଣ୍ଡ କିଣିଛି। ଗତ ୪ ବର୍ଷରେ ରାଜନୈତିକ ଦଳଙ୍କୁ ତଦନ୍ତର ସମ୍ମୁଖୀ
ନୂଆଦିଲ୍ଲୀ ୧୫।୩: ନିର୍ବାଚନ ଆୟୋଗ ତାଙ୍କ ୱେବସାଇଟ୍ରେ ଇଲୋକ୍ଟୋରାଲ ବଣ୍ଡର ତଥ୍ୟ ସାର୍ବଜନିକ କରିଛନ୍ତି। ଷ୍ଟିଲ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କଠାରୁ ଆରମ୍ଭ କରି ଏୟାରଟେଲର ସୁନୀଲ ଭାରତୀ ମିତ୍ତଲ, ବେଦାନ୍ତର ଅନୀଲ ଅଗ୍ରୱାଲ, ଆଇଟିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏପରିକି ସ୍ୱଳ୍ପ ଜଣାଶୁଣା ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ବିସେସ୍ ରଦ୍ଦ ହୋଇସାରିଥିବା ନିର୍ବାଚନୀ ବଣ୍ଡ କ୍ରୟରେ ଅଗ୍ରଣୀ ଥିଲେ। ୨୦୧୯ରୁ ୨୦୨୪ ମଧ୍ୟରେ ରାଜନୈତିକ ଦଳଙ୍କୁ ଟପ୍ ନିର୍ବାଚନୀ ବଣ୍ଡ ଡୋନରଙ୍କ ମଧ୍ୟରେ ଏପରି ୩ ସଂସ୍ଥା ଅଛନ୍ତି ଯେଉଁମାନେ ଆୟକର (ଆଇଟି) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ ପରେ ଏହି ବଣ୍ଡ କିଣିଛନ୍ତି।
ଏମାନଙ୍କ ମଧ୍ୟରେ ଲଟେରୀ କମ୍ପାନୀ ଫ୍ୟୁଚର ଗେମିଂ, ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ ମାଇନିଂ ଓ ବେଦାନ୍ତ ସେମାନଙ୍କ ଦ୍ୱାରକୁ ଇଡି ଓ ଆଇଟି ପହଞ୍ଚିବା ପରେ ନିର୍ବାଚନୀ ବଣ୍ଡ କିଣିଥିଲେ। ଯାହା ଏହି ବଣ୍ଡର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗୁରୁବାର ଜାରି ତଥ୍ୟ ଅନୁସାରେ ନିର୍ବାଚନ ବଣ୍ଡର ଶୀର୍ଷ କ୍ରେତା ହେଉଛନ୍ତି ସାଣ୍ଟିଆଗୋ ମାର୍ଟିନ ସଞ୍ଚାଳିତ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲସ୍ ପ୍ରାଇଭେଟ ଲିମିଟେଡ। ଏହି ଲଟେରୀ କମ୍ପାନୀ ୨୦୧୯ରୁ ୨୦୨୪ ମଧ୍ୟରେ ୧,୩୦୦ କୋଟି ଟଙ୍କାର ବଣ୍ଡ କିଣିଛି।
ଗତ ୪ ବର୍ଷରେ ରାଜନୈତିକ ଦଳଙ୍କୁ ତଦନ୍ତର ସମ୍ମୁଖୀନ ହୋଇଥିବା କମ୍ପାନୀମାନେ ୪,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପ୍ରଦାନ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡୁଛି ଯେ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ (ଆଇଟି) ଦ୍ୱାର ବାଡେଇବା ପରେ ଅନୁନ୍ୟ ୧୪ଟି ଭାରତୀୟ କମ୍ପାନୀ ଓ ସଙ୍ଗଠନ ଇଲେକ୍ଟୋରାଲ ବଣ୍ଡ କ୍ରୟ କରିଛନ୍ତି। ନିକଟରେ ଜାରି କରାଯାଇଥିବା ଏହି ତଥ୍ୟ ବିପକ୍ଷଙ୍କୁ ପ୍ରତିକ୍ରିୟାଶୀଳ କରିଛି। ଯେଉଁଥିରେ ସେମାନେ ନିର୍ବାଚନୀ ବଣ୍ଡରେ ଯୋଗଦାନ ପରେ କମ୍ପାନୀଙ୍କୁ ମୁଖ୍ୟ ଟେଣ୍ଡର ମିଳିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୧୯ ମସିହାରେ ଫ୍ୟୁଚର ଗେମିଂର ଯାଞ୍ଚ କରିଥିଲେ। ଏହି କମ୍ପାନୀ ଦୁଇଟି ଅଲଗା ଅଲଗା କମ୍ପାନୀ ମାଧ୍ୟମରେ ୧,୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛି। ଫ୍ୟୁଚର ଗେମିଂ ବିରୋଧରେ ଇଡି ୨୦୧୯ ଆରମ୍ଭରେ ମନିଲଣ୍ଡ୍ରିଂ ମାମଲାର ତଦନ୍ତ ଚାଲୁ କରିଥିଲା। ସେହିବର୍ଷ ଜୁଲାଇ ସୁଧା ଇଡି କମ୍ପାନୀ ସମ୍ପର୍କିତ ୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିଲେ। ୨ ଏପ୍ରିଲ ୨୦୨୨ରେ ଇଡି ମାମଲାରେ ୪୦୯.୯୨ କୋଟି ଟଙ୍କାର ଅଚଳନ୍ତି ସମ୍ପତ୍ତି କୋରଖ କରିଥିଲେ। ଏହି ସମ୍ପତ୍ତି କୋରଖର ୫ ଦିନ ପରେ ୭ ଏପ୍ରିଲରେ ଫ୍ୟୁଚର ଗେମିଂ ୧୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଥିଲା।
୨୦୧୯-୨୦୨୪ ମଧ୍ୟରେ କମ୍ପାନୀ ୨୧ ଅକ୍ଟୋବର ୨୦୨୦ରେ ପ୍ରଥମ କିସ୍ତି ନିର୍ବାଚନ ବଣ୍ଡ କ୍ରୟ କରିଥିଲା। ରାଜନୈତିକ ଦଳଙ୍କୁ ଦ୍ୱିତୀୟ ସବୁଠୁ ବଡ଼ ଦାତା ଥିଲେ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ। ଏହି କମ୍ପାନୀ ୨୦୧୯-୨୪ ମଧ୍ୟରେ ୧୦୦୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। କୃଷ୍ଣା ରେଡ୍ଡୀଙ୍କ ଦ୍ୱାରା ପରିଚାଳିତ ମେଘା ଇଞ୍ଜିନିୟରିଂ ତେଲେଙ୍ଗାନା ସରକାରଙ୍କ ମୁଖ୍ୟ ପ୍ରକଳ୍ପ କାଲେଶ୍ୱରମ ବନ୍ଧ ପ୍ରକଳ୍ପ କାମ କରୁଛି। ଆୟକର ବିଭାଗ (ଆଇଟି) ଅକ୍ଟୋବର ୨୦୧୯ରେ କମ୍ପାନୀର କାର୍ଯ୍ୟାଳୟମାନଙ୍କରେ ଚଢଉ କରିଥିଲେ। ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଯାଞ୍ଚ ଆରମ୍ଭ କରିଥିଲେ। ସଂଯୋଗବସତଃ ମେଘା ଇଞ୍ଜିନିୟରିଂ ସେହି ବର୍ଷ ଏପ୍ରିଲ ୧୨ ତାରିଖରେ ୫୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କ୍ରୟ କରିଥିଲା।
ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ସମୂହ ନିର୍ବାଚନୀ ବଣ୍ଡରେ ପଞ୍ଚମ ସବୁଠୁ ବଡ଼ କ୍ରେତା ଥିଲା। ଏହି କମ୍ପାନୀ ୩୭୬ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ କ୍ରୟ କରିଛି, ଯାହାର ପ୍ରଥମ କିସ୍ତି ଏପ୍ରିଲ ୨୦୧୯ରେ କ୍ରୟ କରାଯାଇଛି। ଏହା ପୂର୍ବରୁ ୨୦୧୮ ମସିହାରେ ଇଡି ଦାବି କରିଥିଲେ ଯେ ତାଙ୍କ ନିକଟରେ ଭିସା ନିମନ୍ତେ ଲାଞ୍ଚ ମାମଲାରେ ବେଦାନ୍ତ ସମୂହର ସମ୍ପୃକ୍ତି ନେଇ ମଜଭୁତ ପ୍ରମାଣ ରହିଛି। ଏଥିରେ କିଛି ଚୀନ୍ ନାଗରିକଙ୍କୁ ନିୟମ ଉଲ୍ଲଂଘନ କରି ଭିସା ପ୍ରଦାନ କରାଯାଇଥିଲା।
ସିବିଆଇ ମାମଲାରେ ଏକ ଭ୍ରଷ୍ଟାଚାର ମୋକଦ୍ଦମା ରୁଜୁ କରିବା ପରେ ଇଡି ଏହି ମନିଲଣ୍ଡ୍ରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ୧୬ ଏପ୍ରିଲ ୨୦୧୯ରେ ବେଦାନ୍ତ ଲିମିଟେଡ ୩୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇଲୋକ୍ଟୋରାଲ ବଣ୍ଡ କିଣିଥିଲା। ପରବର୍ତ୍ତି ୪ ବର୍ଷରେ କେବଳ ୨୦୨୦ ବର୍ଷକୁ ବାଦ ଦେଲେ ୨୦୨୩ ପର୍ଯ୍ୟନ୍ତ ବେଦାନ୍ତ ୩୩୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବଣ୍ଡ କ୍ରୟ କରିଛି।