ଦୟା ନଦୀ ପାଣିରେ ହଇଜା ଭୂତାଣୁ ; ନଈ କୂଳିଆ ଲୋକଙ୍କ ପାଇଁ କାଳ

କନକ ବ୍ୟୁରୋ:  ଦୟା ପାଣିରେ ରହିଛି ହଇଜା ଭୂତାଣୁ ।  ପୁରୀ କଣାସ ବ୍ଲକରେ ସ୍ଥିତି ଅଣାୟତ୍ତ । ଦୟା ନଦୀର ଦୂଷିତ ଜଳ କଣାସ ବ୍ଲକ୍ ନଦୀ କୂଳିଆ ବାସୀଙ୍କ ପାଇଁ ସାଜିଛି କାଳ । ଆଜିକୁ ୧୦ଦିନ ହେବ ଗଡିସାଗୋଦା, ଜାମଳଗୋଦା, ଗୋପୀନାଥପୁରୁ ତିନୋଟି ପଞ୍ଚାୟତର ଶତାଧିକ ଲୋକେ ଝାଡା ବାନ୍ତିରେ  ଆକ୍ରାନ୍ତ ହେବା ସହିତ ଦୁଇଜଣଙ୍କ ମୃତ୍ୟୁ ହେଲାଣି । ଯାହାକୁ ନେଇ କଣାସ ଗଡିସାଗୋଦା ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଲାଣି ।  ଦୟାନଦୀ ଅବବାହିକାରେ ଥିବା ଗାଁରେ ଏବେ ବ୍ୟାପୁଛି ଝାଡ଼ାବାନ୍ତି। ଭୁବନେଶ୍ୱରରୁ ଗଙ୍ଗୁଆ ନାଳ ଦେଇ ଆସୁଥିବା ଦୂଷିତ ଡ୍ରେନେଜ୍ ପାଣି ମିଶିବା ପରେ ବିଷାକ୍ତ ହୋଇଛି ପାନୀୟ ଜଳ। ଆଉ ଏହି ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି ନଦୀକୂଳିଆ ଗ୍ରାମବାସୀ। ୫୦ରୁ ଅଧିକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି। ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ଡାକ୍ତରୀ ଦଳ ଓ ଅଙ୍ଗନୱାଡ଼ି ଆଶାକର୍ମୀ । ତଥାପି ଏହି ଅପରିଷ୍କାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।  ବସୁଧା ଯୋଜନାରେ ହୋଇଥିବା ପାଣି ଟାଙ୍କିର ଜଳ ଏବେ ବିଷାକ୍ତ ପାଲଟିଛି । ଆଉ କନକ ନ୍ୟୁଜରେ କଏଦ ହୋଇଥିବା ଏହି ଦୃଶ୍ୟ ବୟାନ କରୁଛି, କେତେ କେତେ ସ୍ୱଚ୍ଛ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟ । ଆଲଫା.. ଦଳ ଘେରରେ ପରିପୂର୍ଣ୍ଣ ଟାଙ୍କି । ପାଣି ଭିତରେ ପୋକ ସାଲୁ ବାଲୁ ହେଉଛନ୍ତି। କିଛି ଗ

ଦୟା ନଦୀ ପାଣିରେ ହଇଜା ଭୂତାଣୁ ; ନଈ କୂଳିଆ ଲୋକଙ୍କ ପାଇଁ କାଳ

କନକ ବ୍ୟୁରୋ:  ଦୟା ପାଣିରେ ରହିଛି ହଇଜା ଭୂତାଣୁ ।  ପୁରୀ କଣାସ ବ୍ଲକରେ ସ୍ଥିତି ଅଣାୟତ୍ତ । ଦୟା ନଦୀର ଦୂଷିତ ଜଳ କଣାସ ବ୍ଲକ୍ ନଦୀ କୂଳିଆ ବାସୀଙ୍କ ପାଇଁ ସାଜିଛି କାଳ । ଆଜିକୁ ୧୦ଦିନ ହେବ ଗଡିସାଗୋଦା, ଜାମଳଗୋଦା, ଗୋପୀନାଥପୁରୁ ତିନୋଟି ପଞ୍ଚାୟତର ଶତାଧିକ ଲୋକେ ଝାଡା ବାନ୍ତିରେ  ଆକ୍ରାନ୍ତ ହେବା ସହିତ ଦୁଇଜଣଙ୍କ ମୃତ୍ୟୁ ହେଲାଣି । ଯାହାକୁ ନେଇ କଣାସ ଗଡିସାଗୋଦା ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଲାଣି । 

ଦୟାନଦୀ ଅବବାହିକାରେ ଥିବା ଗାଁରେ ଏବେ ବ୍ୟାପୁଛି ଝାଡ଼ାବାନ୍ତି। ଭୁବନେଶ୍ୱରରୁ ଗଙ୍ଗୁଆ ନାଳ ଦେଇ ଆସୁଥିବା ଦୂଷିତ ଡ୍ରେନେଜ୍ ପାଣି ମିଶିବା ପରେ ବିଷାକ୍ତ ହୋଇଛି ପାନୀୟ ଜଳ। ଆଉ ଏହି ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି ନଦୀକୂଳିଆ ଗ୍ରାମବାସୀ। ୫୦ରୁ ଅଧିକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି। ଗାଁ ଗାଁ ବୁଲି ସଚେତନ କରାଉଛନ୍ତି ଡାକ୍ତରୀ ଦଳ ଓ ଅଙ୍ଗନୱାଡ଼ି ଆଶାକର୍ମୀ । ତଥାପି ଏହି ଅପରିଷ୍କାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । 

ବସୁଧା ଯୋଜନାରେ ହୋଇଥିବା ପାଣି ଟାଙ୍କିର ଜଳ ଏବେ ବିଷାକ୍ତ ପାଲଟିଛି । ଆଉ କନକ ନ୍ୟୁଜରେ କଏଦ ହୋଇଥିବା ଏହି ଦୃଶ୍ୟ ବୟାନ କରୁଛି, କେତେ କେତେ ସ୍ୱଚ୍ଛ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟ । ଆଲଫା.. ଦଳ ଘେରରେ ପରିପୂର୍ଣ୍ଣ ଟାଙ୍କି । ପାଣି ଭିତରେ ପୋକ ସାଲୁ ବାଲୁ ହେଉଛନ୍ତି। କିଛି ଗାଁରେ ବସୁଧା ଯୋଜନାରେ ବିଶୁଦ୍ଧ ପାଣି ଯୋଗାଇଦେବା ନାଁରେ ଗାଁ ମଝୀ ଦାଣ୍ଡ ଖୋଳି ପଳାଇଛନ୍ତି ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ । ସେଥିପାଇଁ ବିଷାକ୍ତ ଦୟା ନଦୀର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ନଦୀ କୂଳିଆବାସୀ । ଖବର ପ୍ରସାରଣ ପରେ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ଘଟଣା ସ୍ଥଳକୁ ଆସି ଜାଗୁଳାଇପଦର ଓ ନୂଆଗାଁରେ ସଚେତନତା ସହ ସ୍ଥିତି ସମୀକ୍ଷା କରିଛନ୍ତି । 

ସଂକ୍ରମିତ ଅଞ୍ଚଳରେ ସାତ ଦିନ ପର୍ୟ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ କହି ଆଶ୍ବାସନା ଦେଇଛନ୍ତି ସରକାରୀ ବାବୁ । ହେଲେ ଗ୍ରାମବାସୀ କିପରି ସୁବିଧାରେ ବିଶୁଦ୍ଧ ପାଣି ପାଇବେ, ତା’ର ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇଛି ।