ଦୟାନିଧି ଛକ ଅର୍କାବାହାଲିପଡା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥାନୀୟ ଦୟାନିଧି ଛକ ଅର୍କାବାହାଲିପଡ଼ା ଥିବା ନାଳରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ରାତି ୧୧ ଟା ସମୟରେ ଦୟାନିଧି ଛକ ପାଖରେ ଥିବା ଅର୍କାବାହାଲିପଡ଼ା ନାଳାରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହେଇଥିବା ବେଳେ ଗଣ୍ଠି ମଟାଲି ନାମକ ବ୍ୟକ୍ତିଙ୍କର ମୃତଦେହ ଭାସୁଥିବା ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ବହୁତ ଭିଡ଼ ଲାଗିଥିଲା। ମୃତ […] The post ଦୟାନିଧି ଛକ ଅର୍କାବାହାଲିପଡା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର appeared first on Odisha.News.
କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥାନୀୟ ଦୟାନିଧି ଛକ ଅର୍କାବାହାଲିପଡ଼ା ଥିବା ନାଳରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ରାତି ୧୧ ଟା ସମୟରେ ଦୟାନିଧି ଛକ ପାଖରେ ଥିବା ଅର୍କାବାହାଲିପଡ଼ା ନାଳାରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହେଇଥିବା ବେଳେ ଗଣ୍ଠି ମଟାଲି ନାମକ ବ୍ୟକ୍ତିଙ୍କର ମୃତଦେହ ଭାସୁଥିବା ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ବହୁତ ଭିଡ଼ ଲାଗିଥିଲା।
ମୃତ ବ୍ୟକ୍ତି ଜଣଙ୍କ ଭବାନୀପାଟଣାରେ ଏକ ବିବାହ ବରାତିରେ ଆସିଥିବା ବେଳେ ସେ କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗାଁର ବୋଲି ଜଣାପଡିଛି। ଖବର ପାଇଁ ଟାଉନ ଥାନା ପୋଲିସ ଏବଂ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ଶବକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପଠାଇ ଥିବା ବେଳେ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।
The post ଦୟାନିଧି ଛକ ଅର୍କାବାହାଲିପଡା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର appeared first on Odisha.News.