ଧନତେରସରେ କିଣିପାରୁନାହାଁନ୍ତି ସୁନା-ରୁପା ? ତା’ହେଲେ କିଣିପାରିବେ ଏହି ଜିନିଷ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ଧନତେରସ । ଧନତେରସ ଦିନ କିଣାକିଣି କରିବା ବେଶ୍‌ ଶୁଭ ହୋଇଥାଏ। ଲୋକେ ଏହିଦିନ ସୁନା, ରୂପା, ନୂଆ ବାସନ ଆଦି କିଣାକିଣି କରିଥାନ୍ତି। ଧନତେରସ ଦିନ ନୂଆ ସାମଗ୍ରୀ କିଣି ଘରକୁ ଆଣିବା ଦ୍ବାରା ‘ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହ ଧନତେରସ ଦିନ କୁବେର ଏବଂ ଭଗବାନ ଧନ୍ବନ୍ତରୀଙ୍କୁ ମଧ୍ୟ ପୂଜା କରିବା ବିଧି ରହିଛି। ତେବେ ବିଶେଷ କରି ଧନତେରସ ଦିନ ବାସନ, ସୁନା-ଚାନ୍ଦିର ଗହଣା କିଣାବାର ପରମ୍ପରା ଦେଖିବାକୁ ମିଳେ।କିନ୍ତୁ ଯଦି ଆପଣ ଧନତେରସରେ ସୁନା କିମ୍ବା ରୁପା କିଣିପାରୁନାହାଁନ୍ତି, ତେବେ ଆପଣ ଏଭଳି ଜିନିଷ କିଣିପାରିବେ ଯାହା ବେଶ୍‌ ଶୁଭ ହୋଇଥାଏ। ଏହି ଜିନିଷ ଘରୁ ଆଣିବା ଦ୍ବାରା ଘରେ ମା’ ଲକ୍ଷ୍ମୀ ଆସିଥାନ୍ତି। ଆସନ୍ତୁ ଜାଣିବା ଧନତେରସରେ ସୁନାରୂପା ବ୍ୟତୀତ ଆପଣ ଆଉ କ’ଣ କିଣିପାରିବେ ?ଧନତେରସରେ ସୁନା-ରୂପା ବ୍ୟତୀତ କ’ଣ କିଣିବେ ?ଷ୍ଟିଲ୍ କିମ୍ବା ତମ୍ବା ବାସନ- ଧାର୍ମିକ ମାନ୍ୟତା ରହିଛି ଧନତେରସ ଦିନ କୌଣସି ନୂଆ ଜିନିଷ ଘରକୁ ଆଣିବା ଦ୍ବାରା ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଯଦି ଆପଣ କୌଣସି କାରଣରୁ ସୁନା କିମ୍ବା ରୁପା କିଣିପାରୁନାହାଁନ୍ତି ତେବେ ଆପଣ ଷ୍ଟିଲ କିମ୍ବା ତମ୍ବା ବାସନ କିଣିପାରିବେ।ଝାଡ଼ୁ- ଏହା ବ୍ୟତୀତ ଧନତେରସ ଦିନ ଝାଡ଼ୁ କଣିପାରିବେ।ମାନ୍ୟତା ରହିଛି ଧନତେରସ ଦିନ ଝାଡ଼ୁ କିଣିଲେ ମା’ ଲକ୍

ଧନତେରସରେ କିଣିପାରୁନାହାଁନ୍ତି ସୁନା-ରୁପା ? ତା’ହେଲେ କିଣିପାରିବେ ଏହି ଜିନିଷ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ଧନତେରସ । ଧନତେରସ ଦିନ କିଣାକିଣି କରିବା ବେଶ୍‌ ଶୁଭ ହୋଇଥାଏ। ଲୋକେ ଏହିଦିନ ସୁନା, ରୂପା, ନୂଆ ବାସନ ଆଦି କିଣାକିଣି କରିଥାନ୍ତି। ଧନତେରସ ଦିନ ନୂଆ ସାମଗ୍ରୀ କିଣି ଘରକୁ ଆଣିବା ଦ୍ବାରା ‘ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ସହ ଧନତେରସ ଦିନ କୁବେର ଏବଂ ଭଗବାନ ଧନ୍ବନ୍ତରୀଙ୍କୁ ମଧ୍ୟ ପୂଜା କରିବା ବିଧି ରହିଛି। 

ତେବେ ବିଶେଷ କରି ଧନତେରସ ଦିନ ବାସନ, ସୁନା-ଚାନ୍ଦିର ଗହଣା କିଣାବାର ପରମ୍ପରା ଦେଖିବାକୁ ମିଳେ।କିନ୍ତୁ ଯଦି ଆପଣ ଧନତେରସରେ ସୁନା କିମ୍ବା ରୁପା କିଣିପାରୁନାହାଁନ୍ତି, ତେବେ ଆପଣ ଏଭଳି ଜିନିଷ କିଣିପାରିବେ ଯାହା ବେଶ୍‌ ଶୁଭ ହୋଇଥାଏ। ଏହି ଜିନିଷ ଘରୁ ଆଣିବା ଦ୍ବାରା ଘରେ ମା’ ଲକ୍ଷ୍ମୀ ଆସିଥାନ୍ତି। ଆସନ୍ତୁ ଜାଣିବା ଧନତେରସରେ ସୁନାରୂପା ବ୍ୟତୀତ ଆପଣ ଆଉ କ’ଣ କିଣିପାରିବେ ?

ଧନତେରସରେ ସୁନା-ରୂପା ବ୍ୟତୀତ କ’ଣ କିଣିବେ ?

ଷ୍ଟିଲ୍ କିମ୍ବା ତମ୍ବା ବାସନ- ଧାର୍ମିକ ମାନ୍ୟତା ରହିଛି ଧନତେରସ ଦିନ କୌଣସି ନୂଆ ଜିନିଷ ଘରକୁ ଆଣିବା ଦ୍ବାରା ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଯଦି ଆପଣ କୌଣସି କାରଣରୁ ସୁନା କିମ୍ବା ରୁପା କିଣିପାରୁନାହାଁନ୍ତି ତେବେ ଆପଣ ଷ୍ଟିଲ କିମ୍ବା ତମ୍ବା ବାସନ କିଣିପାରିବେ।

ଝାଡ଼ୁ- ଏହା ବ୍ୟତୀତ ଧନତେରସ ଦିନ ଝାଡ଼ୁ କଣିପାରିବେ।ମାନ୍ୟତା ରହିଛି ଧନତେରସ ଦିନ ଝାଡ଼ୁ କିଣିଲେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। 

ଧନିଆ କିମ୍ବା ଲୁଣ- ସେହିଭଳି ଧନତେରସ ଦିନ କିଛି ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ ଶୁଭ ହୋଇଥାଏ। ଯେମିତିକି ଧନିଆ ମଞ୍ଜି ଏବଂ ଲୁଣ। ଏହି ଦୁଇଟି ଜିନିଷ ଶୁଦ୍ଧତାର ପ୍ରତୀକ ଭାବରେ ବିଶ୍ବାସ କରାଯାଏ।

ଲକ୍ଷ୍ମୀ ଗଣେଣ ମୂର୍ତ୍ତି- ଧନତେରସ ଦିନ ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି କିଣିବା ଖୁବ୍‌ ଶୁଭ ହୋଇଥାଏ। ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଣଙ୍କ ମୂର୍ତ୍ତି କିଣିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧା ଦରୂ ହୋଇଯାଏ।

ନୂଆ ବସ୍ତ୍ର- ଧନତେରସ ଦିନ ଲୋକେ ନୂଆ ବସ୍ତ୍ର କିଣିଥାନ୍ତି। ଧନତେରସ ଦିନ ନୂଆ ବସ୍ତ୍ର କିଣି ଦୀପାବଳି ଦିନ ପିନ୍ଧି ମା’ ଲକ୍ଷ୍ମୀଙ୍କ ପୂଜା କରାଯାଏ। ଏହା ସହ ଧନତେରସ ଦିନ ନୂଆ ବସ୍ତ୍ର କିଣିବା ଶୁଭ ହୋଇଥାଏ।

ଧନତେରସ ଦିନ କ’ଣ ନକିଣିବା ଦରକାର ?

ଧନତେରସ ଦିନ କାଚ ବାସନ ନକିଣିବା ଦରକାର। ସେହିଭଳି ଏହି ଦିନ ପ୍ଲାଷ୍ଟିକ୍ ଏବଂ ଆଲୁମିନିୟମ ମଧ୍ୟ ନକିଣିବା ଭଲ ହୋଇଥିବା ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7.କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)