ଡିସେମ୍ବରରେ କମିଲା ଜିଏସଟି କଲେକ୍ସନ, ହେଲେବି ୨୦୨୪ରେ ରେକର୍ଡ ସଂଗ୍ରହ
ନୂଆଦିଲ୍ଲୀ: ଆସିଲା ୨୦୨୪ ଡିସେମ୍ବର ମାସର ଜିଏସଟି ସଂଗ୍ରହ ତଥ୍ୟ। ବୁଧବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ୧.୭୭ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି। ଅବଶ୍ୟ ଏହା ନଭେମ୍ବର ତୁଳନାରେ କମ୍। କାରଣ ନଭେମ୍ବରରେ ଜିଏସଟି କଲେକ୍ସନ ରହିଥିଲା ୧.୮୨ ଲକ୍ଷ କୋଟି ଟଙ୍କା। ତେବେ ଡିସେମ୍ବରରେ ଜିଏସଟି କଲେକ୍ସନ କମ୍ ହୋଇଥିଲେବି ପୂରା ବର୍ଷରେ ହୋଇଛି ରେକର୍ଡ ସଂଖ୍ୟକ ଜିଏସଟି କଲେକ୍ସନ। କାରଣ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ସମୁଦାୟ ୨୧ ଲକ୍ଷ ୫୧ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ-ଡିସେମ୍ବରରେ ଜିଏସଟି କଲେକ୍ସନ ୧୬.୩୪ କୋଟି ଟଙ୍କା ରହିଛି। କେବଳ ଅକ୍ଟୋବରରେ ଗ୍ରସ୍ ଜିଏସଟି ସଂଗ୍ରହ ୯ ପ୍ରତିଶତ ବଢ଼ି ୧.୮୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଯାହା ଘରୋଇ ବିକ୍ରିରେ ଦ୍ରୁତ ବୃଦ୍ଧି ଏବଂ ଉତ୍ତମ ଅନୁପାଳନ କାରଣରୁ ଏପର୍ଯ୍ୟନ୍ତର ଦ୍ବିତୀୟ ସବୁଠୁ ଅଧିକ ଜିଏସଟି ସଂଗ୍ରହ।୨୦୨୪ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମାସିକ ଜିଏସଟି ସଂଗ୍ରହ ତଥ୍ୟକୁ ଦେଖିଲେ କେବଳ ତିନି ଥର ଏଭଳି ଦେଖିବାକୁ ମିଳିଛି ଯେତେବେଳେ ଜିଏସଟି କଲେକ୍ସନ ୧. ୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ତାହା ହେଉଛି ୨୦୨୪ ଜୁଲାଇ, ଅକ୍ଟୋବର ଏବଂ ନଭେମ୍ବର ମାସ।
ନୂଆଦିଲ୍ଲୀ: ଆସିଲା ୨୦୨୪ ଡିସେମ୍ବର ମାସର ଜିଏସଟି ସଂଗ୍ରହ ତଥ୍ୟ। ବୁଧବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ୧.୭୭ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି। ଅବଶ୍ୟ ଏହା ନଭେମ୍ବର ତୁଳନାରେ କମ୍। କାରଣ ନଭେମ୍ବରରେ ଜିଏସଟି କଲେକ୍ସନ ରହିଥିଲା ୧.୮୨ ଲକ୍ଷ କୋଟି ଟଙ୍କା।
ତେବେ ଡିସେମ୍ବରରେ ଜିଏସଟି କଲେକ୍ସନ କମ୍ ହୋଇଥିଲେବି ପୂରା ବର୍ଷରେ ହୋଇଛି ରେକର୍ଡ ସଂଖ୍ୟକ ଜିଏସଟି କଲେକ୍ସନ। କାରଣ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ସମୁଦାୟ ୨୧ ଲକ୍ଷ ୫୧ ହଜାର କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ-ଡିସେମ୍ବରରେ ଜିଏସଟି କଲେକ୍ସନ ୧୬.୩୪ କୋଟି ଟଙ୍କା ରହିଛି। କେବଳ ଅକ୍ଟୋବରରେ ଗ୍ରସ୍ ଜିଏସଟି ସଂଗ୍ରହ ୯ ପ୍ରତିଶତ ବଢ଼ି ୧.୮୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଯାହା ଘରୋଇ ବିକ୍ରିରେ ଦ୍ରୁତ ବୃଦ୍ଧି ଏବଂ ଉତ୍ତମ ଅନୁପାଳନ କାରଣରୁ ଏପର୍ଯ୍ୟନ୍ତର ଦ୍ବିତୀୟ ସବୁଠୁ ଅଧିକ ଜିଏସଟି ସଂଗ୍ରହ।
୨୦୨୪ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମାସିକ ଜିଏସଟି ସଂଗ୍ରହ ତଥ୍ୟକୁ ଦେଖିଲେ କେବଳ ତିନି ଥର ଏଭଳି ଦେଖିବାକୁ ମିଳିଛି ଯେତେବେଳେ ଜିଏସଟି କଲେକ୍ସନ ୧. ୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ତାହା ହେଉଛି ୨୦୨୪ ଜୁଲାଇ, ଅକ୍ଟୋବର ଏବଂ ନଭେମ୍ବର ମାସ।