ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷକ ଭବନ ଠାରେ ବଡ଼ଚଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ବଡ଼ଚଣା ରେ କେଉଁଭଳି ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ପାରିବ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର କୌଣସି ସମସ୍ୟା ନ ହେବ. ବିଦ୍ୟାଳୟ ଗୁଡିକରେ ଶିକ୍ଷାର ବ୍ୟବସ୍ତା ସୁଦୃଢ ହେବ ସେଥିପାଇଁ ଶିକ୍ଷକ ସଂଗଠନ ଗୁରୁ ଦାୟିତ୍ୱ ବହନ କରିବ ବୋଲି ଶିକ୍ଷକ ସଂଗଠନର ସଭାପତି କହିଛନ୍ତି। 

ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷକ ଭବନ ଠାରେ ବଡ଼ଚଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇଥିଲେ। 

ସମ୍ମାନିତ ଅତିଥି ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ବଡ଼ଚଣା ରେ କେଉଁଭଳି ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ପାରିବ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର କୌଣସି ସମସ୍ୟା ନ ହେବ. ବିଦ୍ୟାଳୟ ଗୁଡିକରେ ଶିକ୍ଷାର ବ୍ୟବସ୍ତା ସୁଦୃଢ ହେବ ସେଥିପାଇଁ ଶିକ୍ଷକ ସଂଗଠନ ଗୁରୁ ଦାୟିତ୍ୱ ବହନ କରିବ ବୋଲି ଶିକ୍ଷକ ସଂଗଠନର ସଭାପତି କହିଛନ୍ତି।