ବନ୍ଦ ଘରୁ ମିଳିଲା RBI ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଗଳିତ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର ୧୨।୧୧: ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର । ଭୁବନେଶ୍ବର ନୟାପଲ୍ଲୀ RBI କଲୋନୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପଚି ସଢ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଦୁର୍ଗନ୍ଧ ପରେ ପଡୋଶୀ ପୋଲିସକୁ ଫୋନ୍ କରି ଅବଗତ କରିଥିଲେ । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଏକୁଟିଆ ଘରେ ରହୁଥିଲେ ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ RBI କଲୋନୀରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପଚି ସଢ଼ି ନଷ୍ଟ ହୋଇଯାଇଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ମୃତକଙ୍କ ପରିଚୟ ମିଳିଛି । ମୃତକ ହେଉଛନ୍ତି ଆରବିଆଇର ଆସିଷ୍ଟାଣ୍ଟ ମ୍ୟାନେଜର ବନଦେବନ ଆର୍ । ତାଙ୍କ ବୟସ ୩୬ ବର୍ଷ ବୋଲି ଜଣାପଡିଛି । ସେ ତାମିଲନାଡୁ ମଦୁରାଇର ବୋଲି ପରିଚୟ ମିଳିଛି । ଗତ ନଭେମ୍ବର ୭ ତାରିଖରୁ ସେ ଆରବିଆଇକୁ ଆସୁନଥିଲେ । ସେ ମଧୁମେହ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ । ତାଙ୍କ ସମ୍ପର୍କୀୟ ମାନେ ଖବର ପାଇ ଭୁବନେଶ୍ବର ଆସୁଥିବା ଖବର ରହିଛି । ସେମାନେ ଆସିବା ପରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବ । ଛାନଭିନ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।You Can Read:ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲା : ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW    

ବନ୍ଦ ଘରୁ ମିଳିଲା RBI ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଗଳିତ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର ୧୨।୧୧: ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର । ଭୁବନେଶ୍ବର ନୟାପଲ୍ଲୀ RBI କଲୋନୀରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପଚି ସଢ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଦୁର୍ଗନ୍ଧ ପରେ ପଡୋଶୀ ପୋଲିସକୁ ଫୋନ୍ କରି ଅବଗତ କରିଥିଲେ । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଏକୁଟିଆ ଘରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ RBI କଲୋନୀରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ପଚି ସଢ଼ି ନଷ୍ଟ ହୋଇଯାଇଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ମୃତକଙ୍କ ପରିଚୟ ମିଳିଛି । ମୃତକ ହେଉଛନ୍ତି ଆରବିଆଇର ଆସିଷ୍ଟାଣ୍ଟ ମ୍ୟାନେଜର ବନଦେବନ ଆର୍ । ତାଙ୍କ ବୟସ ୩୬ ବର୍ଷ ବୋଲି ଜଣାପଡିଛି । ସେ ତାମିଲନାଡୁ ମଦୁରାଇର ବୋଲି ପରିଚୟ ମିଳିଛି । 

ଗତ ନଭେମ୍ବର ୭ ତାରିଖରୁ ସେ ଆରବିଆଇକୁ ଆସୁନଥିଲେ । ସେ ମଧୁମେହ ଏବଂ ଅନ୍ୟ ରୋଗରେ ପୀଡିତ ଥିଲେ । ତାଙ୍କ ସମ୍ପର୍କୀୟ ମାନେ ଖବର ପାଇ ଭୁବନେଶ୍ବର ଆସୁଥିବା ଖବର ରହିଛି । ସେମାନେ ଆସିବା ପରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବ । ଛାନଭିନ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

You Can Read:

ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲା : ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW