ସାରା ଦେଶରେ ଅମୁଲ କ୍ଷୀର ମହଙ୍ଗା, ଲିଟର ପିଛା ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ ୦୩/୦୬: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍‌କା । ବଢିଲା ଅମୁଲ କ୍ଷୀରର ମୂଲ୍ୟ । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ଚା ସ୍ପେଶାଲ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ଅମୁଲ ଗୋଲ୍ଟ ମୂଲ୍ୟ ଲିଟର ପିଛା ୬୪ରୁ ୬୬ ଟଙ୍କା ବୃଦ୍ଧି ପାଇଛି । ଯେଉଁଠାରେ ଅମୁଲ ଚା ସ୍ପେସିଆଲର ମୂଲ୍ୟ ଲିଟର ପିଛା ୬୨ ରୁ ୬୪ ଟଙ୍କା ବୃଦ୍ଧି ପାଇଛି । ଅମୁଲ ପକ୍ଷରୁ ଏ ବାବଦରେ କୁହାଯାଇଛି ଯେ ବର୍ଦ୍ଧିତ ମୂଲ୍ୟ କେବଳ ୩ ରୁ ୪ % ବୃଦ୍ଧି ହୋଇଛି ।  ଯାହା ଖାଦ୍ୟ ମୁଦ୍ରାସ୍ଫୀତିଠାରୁ ବହୁତ କମ୍ ଅଟେ । ଫେବୃଆରୀ ୨୦୨୩ ଠାରୁ ମୂଲ୍ୟ ବୃଦ୍ଧି ହୋଇନଥିଲା । ତେଣୁ ବୃଦ୍ଧି ଆବଶ୍ୟକ ଥିଲା । ଦୁଗ୍ଧ ଉତ୍ପାଦନ ଏବଂ କାର୍ଯ୍ୟ ମୂଲ୍ୟ ବୃଦ୍ଧି ହେତୁ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ଅମୁଲ ଦାବି କରିଛନ୍ତି । ଗତ ବର୍ଷ ଅମୁଲଙ୍କ ଦୁଗ୍ଧ ୟୁନିଅନ ଚାଷୀଙ୍କ ମୂଲ୍ୟ ହାରାହାରି ୬-୮% ବୃଦ୍ଧି କରିଥିଲା। ଅମୁଲଙ୍କ ନୀତି ଅନୁଯାୟୀ, ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧ ଟଙ୍କା ମଧ୍ୟରୁ ୮୦ ପଇସା କ୍ଷୀର ଉତ୍ପାଦନକାରୀଙ୍କ ନିକଟକୁ ଯାଇଥାଏ । ଏହା ବ୍ୟତୀତ ଦହିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏ ବାବଦରେ ଅମୁଲଙ୍କ ଦ୍ୱାରା କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ, କିନ୍ତୁ ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ଏହାର ବିତରକମାନଙ୍କ ନିକଟରେ ନୂତନ ମୂଲ୍ୟ ସହ

ସାରା ଦେଶରେ ଅମୁଲ କ୍ଷୀର ମହଙ୍ଗା, ଲିଟର ପିଛା ବଢିଲା ଏତେ ଟଙ୍କା

ନୂଆଦିଲ୍ଲୀ ୦୩/୦୬: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍‌କା । ବଢିଲା ଅମୁଲ କ୍ଷୀରର ମୂଲ୍ୟ । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ଚା ସ୍ପେଶାଲ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ଅମୁଲ ଗୋଲ୍ଟ ମୂଲ୍ୟ ଲିଟର ପିଛା ୬୪ରୁ ୬୬ ଟଙ୍କା ବୃଦ୍ଧି ପାଇଛି । 

ଯେଉଁଠାରେ ଅମୁଲ ଚା ସ୍ପେସିଆଲର ମୂଲ୍ୟ ଲିଟର ପିଛା ୬୨ ରୁ ୬୪ ଟଙ୍କା ବୃଦ୍ଧି ପାଇଛି । ଅମୁଲ ପକ୍ଷରୁ ଏ ବାବଦରେ କୁହାଯାଇଛି ଯେ ବର୍ଦ୍ଧିତ ମୂଲ୍ୟ କେବଳ ୩ ରୁ ୪ % ବୃଦ୍ଧି ହୋଇଛି ।  ଯାହା ଖାଦ୍ୟ ମୁଦ୍ରାସ୍ଫୀତିଠାରୁ ବହୁତ କମ୍ ଅଟେ । ଫେବୃଆରୀ ୨୦୨୩ ଠାରୁ ମୂଲ୍ୟ ବୃଦ୍ଧି ହୋଇନଥିଲା । ତେଣୁ ବୃଦ୍ଧି ଆବଶ୍ୟକ ଥିଲା । 

ଦୁଗ୍ଧ ଉତ୍ପାଦନ ଏବଂ କାର୍ଯ୍ୟ ମୂଲ୍ୟ ବୃଦ୍ଧି ହେତୁ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ଅମୁଲ ଦାବି କରିଛନ୍ତି । ଗତ ବର୍ଷ ଅମୁଲଙ୍କ ଦୁଗ୍ଧ ୟୁନିଅନ ଚାଷୀଙ୍କ ମୂଲ୍ୟ ହାରାହାରି ୬-୮% ବୃଦ୍ଧି କରିଥିଲା। ଅମୁଲଙ୍କ ନୀତି ଅନୁଯାୟୀ, ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧ ଟଙ୍କା ମଧ୍ୟରୁ ୮୦ ପଇସା କ୍ଷୀର ଉତ୍ପାଦନକାରୀଙ୍କ ନିକଟକୁ ଯାଇଥାଏ । 

ଏହା ବ୍ୟତୀତ ଦହିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏ ବାବଦରେ ଅମୁଲଙ୍କ ଦ୍ୱାରା କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ, କିନ୍ତୁ ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ଏହାର ବିତରକମାନଙ୍କ ନିକଟରେ ନୂତନ ମୂଲ୍ୟ ସହିତ ଏକ ତାଲିକା ପଠାଇଛି, ଯେଉଁ କାରଣରୁ ଏହି ଖବର ସାମ୍ନାକୁ ଆସିଛି ।