ବିଭିନ୍ନ ଦେଶର ୨୫ ରାଜନୈତିକ ଦଳଙ୍କୁ ନିର୍ବାଚନ ଦେଖିବାକୁ ଭାରତ ଆମନ୍ତ୍ରଣ କରିଛି ବିଜେପି

ନୂଆଦିଲ୍ଲୀ ୧୦।୪: ଦେଶରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ପାର୍ଟିମାନେ ନିର୍ବାଚନ ପ୍ରସ୍ତୁତିରେ ଅଣ୍ଟାଭିଡ଼ି ଲାଗିପଡିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ଗିରଫ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନ ଉପରେ ଏବେ ସାରା ବିଶ୍ୱର ନଜର। ଆମେରିକା, ଜର୍ମାନ ଓ ଜାତି ସଂଘ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଟିପ୍ପଣୀ ମଧ୍ୟ କରିଛନ୍ତି। ଏଥିରେ ଭାରତରେ କ୍ଷମତାସୀନ ରାଜନୈତିକ ପାର୍ଟି ବିଜେପି ୨୫ରୁ ଅଧିକ ବୈଶ୍ୱିକ ପାର୍ଟିଙ୍କୁ ଭାରତର ନିର୍ବାଚନ ଦେଖିବାକୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ବିଜେପି ସୂତ୍ର ଅନୁସାରେ ଆମନ୍ତ୍ରିତ ବୈଶ୍ୱିକ ରାଜନୈତିକ ପାର୍ଟିଙ୍କ ମଧ୍ୟରୁ ୧୩ଟି ନିର୍ବାଚନ କାଳରେ ଭାରତ ଆସିବେ ବୋଲି ପୁଷ୍ଟି କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ ଅନୁସାରେ ସାରା ବିଶ୍ୱରୁ କେତେକ ଦେଶ ଓ କେତେକ ଦଳର ନେତା ବିଜେପି ଆମନ୍ତ୍ରଣରେ ଆଗାମୀ ଲୋକସଭା ନିର୍ବାଚନ କାଳରେ ଭାରତ ଆସିବେ। ରିପୋର୍ଟ ଅନୁସାରେ ଆମେରିକାର ଉଭୟ କ୍ଷମତାସୀନ ଡେମୋକ୍ରାଟ ଓ ବିପକ୍ଷ ରିପବ୍ଲିକାନଙ୍କୁ ଏହି ନିର୍ବାଚନ ନିମନ୍ତେ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ଏ ସମ୍ପର୍କରେ ପଚରା ଯିବାରୁ ବିଜେପିର ଜନୈକ ନେତା ଆମେରିକୀୟ ପାର୍ଟିମାନେ ରାଷ୍ଟ୍ରପତି ନିର୍ବାଚନରେ ବ୍ୟସ୍ତ ବୋଲି କହିଛନ୍ତି। ଏହା ଛଡା ଆମେରିକାର ରାଜନୈତିକ ପାର୍ଟିଙ୍କ ସଂରଚନା ଭାରତ ଅଥବା ୟୁରୋପୀ

ବିଭିନ୍ନ ଦେଶର ୨୫ ରାଜନୈତିକ ଦଳଙ୍କୁ ନିର୍ବାଚନ ଦେଖିବାକୁ ଭାରତ ଆମନ୍ତ୍ରଣ କରିଛି ବିଜେପି

ନୂଆଦିଲ୍ଲୀ ୧୦।୪: ଦେଶରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ପାର୍ଟିମାନେ ନିର୍ବାଚନ ପ୍ରସ୍ତୁତିରେ ଅଣ୍ଟାଭିଡ଼ି ଲାଗିପଡିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ଗିରଫ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନ ଉପରେ ଏବେ ସାରା ବିଶ୍ୱର ନଜର। ଆମେରିକା, ଜର୍ମାନ ଓ ଜାତି ସଂଘ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଟିପ୍ପଣୀ ମଧ୍ୟ କରିଛନ୍ତି। ଏଥିରେ ଭାରତରେ କ୍ଷମତାସୀନ ରାଜନୈତିକ ପାର୍ଟି ବିଜେପି ୨୫ରୁ ଅଧିକ ବୈଶ୍ୱିକ ପାର୍ଟିଙ୍କୁ ଭାରତର ନିର୍ବାଚନ ଦେଖିବାକୁ ଆମନ୍ତ୍ରଣ କରିଥିବା ଜଣାପଡିଛି। 

ବିଜେପି ସୂତ୍ର ଅନୁସାରେ ଆମନ୍ତ୍ରିତ ବୈଶ୍ୱିକ ରାଜନୈତିକ ପାର୍ଟିଙ୍କ ମଧ୍ୟରୁ ୧୩ଟି ନିର୍ବାଚନ କାଳରେ ଭାରତ ଆସିବେ ବୋଲି ପୁଷ୍ଟି କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ ଅନୁସାରେ ସାରା ବିଶ୍ୱରୁ କେତେକ ଦେଶ ଓ କେତେକ ଦଳର ନେତା ବିଜେପି ଆମନ୍ତ୍ରଣରେ ଆଗାମୀ ଲୋକସଭା ନିର୍ବାଚନ କାଳରେ ଭାରତ ଆସିବେ। ରିପୋର୍ଟ ଅନୁସାରେ ଆମେରିକାର ଉଭୟ କ୍ଷମତାସୀନ ଡେମୋକ୍ରାଟ ଓ ବିପକ୍ଷ ରିପବ୍ଲିକାନଙ୍କୁ ଏହି ନିର୍ବାଚନ ନିମନ୍ତେ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ଏ ସମ୍ପର୍କରେ ପଚରା ଯିବାରୁ ବିଜେପିର ଜନୈକ ନେତା ଆମେରିକୀୟ ପାର୍ଟିମାନେ ରାଷ୍ଟ୍ରପତି ନିର୍ବାଚନରେ ବ୍ୟସ୍ତ ବୋଲି କହିଛନ୍ତି। ଏହା ଛଡା ଆମେରିକାର ରାଜନୈତିକ ପାର୍ଟିଙ୍କ ସଂରଚନା ଭାରତ ଅଥବା ୟୁରୋପୀୟ ଦେଶଙ୍କ ପାର୍ଟି ଭଳି ନୁହେଁ। ଏଣୁ ଆମେରିକାର ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ସେ କହିଛନ୍ତି। 

ତେବେ ଭାରତର ନିର୍ବାଚନ ଦେଖିବାକୁ ବ୍ରିଟେର କଞ୍ଜରଭେଟିଭ ଓ ଲେବର ପାର୍ଟିକୁ ନିମନ୍ତ୍ରଣ କରାଯାଇଛି। ସେହିପରି ଜର୍ମାନ କ୍ରିଷ୍ଟିଆନ ଡେମୋକ୍ରାଟ ଓ ସୋସିଆଲ ଡେମୋକ୍ରାଟ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି। ତେବେ ପଡୋଶୀ ପାକିସ୍ତାନ ସହିତ ସମ୍ପର୍କ ଭଲ ନଥିବାରୁ ସେଠାରୁ କୌଣସି ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ବେଳେ ବାଂଲାଦେଶରେ କେବଳ କ୍ଷମତାସୀନ ଆବାମୀ ଲିଗକୁ ଆମନ୍ତ୍ରିତ କରାଯାଇଛି। ସେହିପରି ନେପାଳର ମାଓବାଦୀ ପାର୍ଟି ସମେତ ନେପାଳର ସବୁ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ ମିଳିଛି। 


ଶ୍ରୀଲଙ୍କାର ସବୁ ପାଜନୈତିକ ଦଳଙ୍କୁ ଭାରତର ନିର୍ବାଚନ ଦେଖିବାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ମେ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଳରେ ଏହି ଦେଶମାନଙ୍କ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରତିନିଧି ଭାରତ ଗସ୍ତରେ ଆସି ପାରନ୍ତି। ବିଦେଶରୁ ଆସିବାକୁ ଥିବା ଏହି ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଥମେ ଦିଲ୍ଲୀରେ ବିଜେପି ଓ ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯିବ। ଏହା ପରେ ୫-୬ ପର୍ଯ୍ୟବେକ୍ଷକ ଦଳଙ୍କୁ ପାର୍ଟି ନେତା ଓ ବିଜେପି ପ୍ରାର୍ଥୀଙ୍କ ସହ ମିସାଇବା ପାଇଁ ୪-୫ ଲୋକସଭା ନିର୍ବାଚନ ମଣ୍ଡଳିକୁ ନିଆଯିବ। ଏହା ଛଡା ବିଦେଶୀ ପର୍ଯ୍ୟବେକ୍ଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଶୀର୍ଷ ବିଜେପି ନେତାଙ୍କ ରାଲିରେ ଅଂଶଗ୍ରହଣ କରିବେ। 

ବିଜେପି ଏହି କାର୍ଯ୍ୟକ୍ରମ ‘ବିଜେପିକୁ ଜାଣନ୍ତୁ’ (କ୍ନୋ ବିଜେପି) କ୍ୟାମ୍ପେନରେ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ପାର୍ଟିକୁ ଅଧିକରୁ ଅଧିକ ବିସ୍ତାର ଦେବା। ଏହି ମିସନରେ ବିଭିନ୍ନ ଦେଶର ପାଖାପାଖି ୭୦ ମିସନ ପ୍ରମୁଖ ଅତୀତରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଥିଲେ। ଏହା ଛଡା ବିଜେପି ପ୍ରତନିଧି ମଣ୍ଡଳ ମଧ୍ୟ ଅନେକ ଦେଶ ଗସ୍ତ କରିଥିଲେ। ଏହି ଆଉଟ୍ ରିଚ୍ ପ୍ରୋଗ୍ରାମରେ ନେପାଳ ନେତା ପୁଷ୍ପ କମଲ ଦହଲଙ୍କୁ ବିଜେପି ମୁଖ୍ୟାଳୟକୁ ଆମନ୍ତ୍ରଣ କରାଯାଇଥିଲା।