ଧନଶ୍ରୀଙ୍କ ଏହି ଜିଦ୍ ପାଇଁ ଭାଙ୍ଗିଗଲା ବିବାହ, ସାମ୍ନାକୁ ଆସିଲା ଛାଡପତ୍ରର କାରଣ
କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ପାଇଁ ଏହି ଯୋଡ଼ି ଅଲଗା ହୋଇଥିଲେ, ତାହା ଏବେ ବି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରଶ୍ନ ହୋଇ ରହିଯାଇଛି । ପରସ୍ପରଙ୍କ ସହମତିରେ ମାର୍ଚ୍ଚ ୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏବେ ରିପୋର୍ଟରେ କୁହାଯାଇଛି ।ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ। କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହା ଚହଲଙ୍କୁ ପସନ୍ଦ ଆସିନଥିଲା।ଚହଲଙ୍କୁ ବିବାହ କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା । ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ
କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ପାଇଁ ଏହି ଯୋଡ଼ି ଅଲଗା ହୋଇଥିଲେ, ତାହା ଏବେ ବି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରଶ୍ନ ହୋଇ ରହିଯାଇଛି । ପରସ୍ପରଙ୍କ ସହମତିରେ ମାର୍ଚ୍ଚ ୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏବେ ରିପୋର୍ଟରେ କୁହାଯାଇଛି ।

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ। କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏହା ଚହଲଙ୍କୁ ପସନ୍ଦ ଆସିନଥିଲା।

ଚହଲଙ୍କୁ ବିବାହ କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା । ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ ପ୍ରସ୍ତୁତ ନଥିଲେ । ସେ ନିଜ ଘର ପିତାମାତାଙ୍କ ସହ ରହିବାକୁ ଚାହୁଁଥିଲେ । ଆଇପିଏଲ ୨୦୨୫ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଚହଲ-ଧନଶ୍ରୀଙ୍କ ଛାଡପତ୍ର ହୋଇଥିଲା । କୁହାଯାଇଥିଲା କି ଧନଶ୍ରୀଙ୍କୁ ଭରଣପୋଷଣ ପାଇଁ ୪.୭୫ କୋଟି ଟଙ୍କା ଚହଲ ଦେଇଛନ୍ତି।