ଧନୁତୀର ନାକରେ ଗଳି ନାବାଳକ ଗୁରୁତର

ମାଲକାନଗିରି, ୨ା୧(ଦୁର୍ଯ୍ୟୋଧନ ପାତ୍ର):ଘରେ ଥିବା ଏକ ଧନୁତୀର ଧରି ଖେଳୁଥିବା ବେଳେ ଅସାବଧାନତାରୁ ଜଣେ ନାବାଳକଙ୍କ ନାକରେ ଗଳି ଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ଦୁଇଘଣ୍ଟା ପରିଶ୍ରମ ପରେ ମାଲକାନଗିରି ଜିଲା ହସ୍ପିଟାଲ ସର୍ଜରି ବିଶେଷଜ୍ଞ ସପନ କୁମାର ଧିଣ୍ଡା ଅପରେଶନ କରି ନାକରୁ ତୀର ବାହାର କରିଥିଲେ। ପ୍ରକାଶ ଯେ, ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଆନ୍ଦାଗୁଡା ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ(୯) ରବିବାର ସନ୍ଧ୍ୟାରେ ଘରେ ଥିବା ଏକ ଧନୁ ତୀର […] The post ଧନୁତୀର ନାକରେ ଗଳି ନାବାଳକ ଗୁରୁତର appeared first on Dharitri Odia News.

ଧନୁତୀର ନାକରେ ଗଳି ନାବାଳକ ଗୁରୁତର

ମାଲକାନଗିରି, ୨ା୧(ଦୁର୍ଯ୍ୟୋଧନ ପାତ୍ର):ଘରେ ଥିବା ଏକ ଧନୁତୀର ଧରି ଖେଳୁଥିବା ବେଳେ ଅସାବଧାନତାରୁ ଜଣେ ନାବାଳକଙ୍କ ନାକରେ ଗଳି ଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ଦୁଇଘଣ୍ଟା ପରିଶ୍ରମ ପରେ ମାଲକାନଗିରି ଜିଲା ହସ୍ପିଟାଲ ସର୍ଜରି ବିଶେଷଜ୍ଞ ସପନ କୁମାର ଧିଣ୍ଡା ଅପରେଶନ କରି ନାକରୁ ତୀର ବାହାର କରିଥିଲେ।
ପ୍ରକାଶ ଯେ, ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଆନ୍ଦାଗୁଡା ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ(୯) ରବିବାର ସନ୍ଧ୍ୟାରେ ଘରେ ଥିବା ଏକ ଧନୁ ତୀର ଆଣି ଦାଣ୍ଡରେ ଖେଳୁଥିଲେ। ସେ ଧନୁରେ ତୀର ଯୋଖୁଥିବା ବେଳେ ଅସାବଧାନତାରୁ ତାଙ୍କ ନାକ ପୁଡ଼ାରେ ପଶି ଯାଇଥିଲା। ସେ ଚିତ୍କାର କରିବାରୁ ପରିବାର ଲୋକେ ତୀର ବାହାର କରିବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ନାକରୁ ବାହାରି ନ ଥିଲା। ପରିବାର ଲୋକେ ନନ୍ଦଙ୍କୁ ଜିଲା ହସ୍ପିଟାଲକୁ ରବିବାର ରାତିରେ ଆଣି ଚିକିତ୍ସା କରିଥିଲେ। ଡାକ୍ତର ଧିଣ୍ଡା ଦୁଇଘଣ୍ଟା ପରିଶ୍ରମ ପରେ ନାକରୁ ତୀରଟିକୁ ବାହାର କରିଥିଲେ।

The post ଧନୁତୀର ନାକରେ ଗଳି ନାବାଳକ ଗୁରୁତର appeared first on Dharitri Odia News.