ଧନୁପାଲି ରଥ ଯାତ୍ରା, ଛେରା ପହରା କରିବେ ବିପିନ ନନ୍ଦ
ସମ୍ବଲପୁର:ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟ ରେ ଧନୁପାଲି ରଥ ଯାତ୍ରା ଉତ୍ସବ ପାଳନ କାର୍ଯ୍ୟକାରୀ କମିଟିର ତତ୍ତ୍ଵାବଧାନରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରଥ ଯାତ୍ରା ସମୟରେ ଛେରା ପହରା କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗଜପତି ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମ ରେ ରଥ ଯାତ୍ରା ପାଇଁ ଗଠିତ କାର୍ଯ୍ୟକାରୀ କମିଟି ତରଫରୁ ଗୋବିନ୍ଦତୋଲା ନିବାସୀ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ସଂଘ ଚାଳକ […] The post ଧନୁପାଲି ରଥ ଯାତ୍ରା, ଛେରା ପହରା କରିବେ ବିପିନ ନନ୍ଦ appeared first on Odisha.News.
ସମ୍ବଲପୁର:ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟ ରେ ଧନୁପାଲି ରଥ ଯାତ୍ରା ଉତ୍ସବ ପାଳନ କାର୍ଯ୍ୟକାରୀ କମିଟିର ତତ୍ତ୍ଵାବଧାନରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରଥ ଯାତ୍ରା ସମୟରେ ଛେରା ପହରା କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗଜପତି ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କ୍ରମ ରେ ରଥ ଯାତ୍ରା ପାଇଁ ଗଠିତ କାର୍ଯ୍ୟକାରୀ କମିଟି ତରଫରୁ ଗୋବିନ୍ଦତୋଲା ନିବାସୀ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ସଂଘ ଚାଳକ ଶ୍ରୀ ବିପିନ ବିହାରୀ ନନ୍ଦଙ୍କୁ ଏହି ବର୍ଷ ଧନୁପାଲି ରଥଯାତ୍ରା ସମୟରେ ଗଜପତି ଭାବେ ମହାପ୍ରଭୁ ଜଗନ୍ନାଥ ଙ୍କ ଛେରା ପହରା ସେବା କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଥିଲା।
ନିଷ୍ପତ୍ତି କ୍ରମେ କମିଟି ର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ମନ୍ଦିର ପୂଜକ, ପଣ୍ଡିତ ସମସ୍ତେ ଗଜପତି ବରଣ ପାଇଁ ଶ୍ରୀ ବିପିନ ବିହାରୀ ନନ୍ଦଙ୍କ ଗୋବିନ୍ଦତୋଲା ସ୍ଥିତ ନିବାସ ଅଭିମୁଖେ ଘଣ୍ଟ, ଶଙ୍ଖ ନାଦ ଓ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣ ସହ ଯାତ୍ରା କରିଥିଲେ।
ଶ୍ରୀ ବିପିନ ବିହାରୀ ନନ୍ଦ ମହୋଦୟଙ୍କ ବାସ ଭବନରେ ସମସ୍ତ କର୍ମକର୍ତ୍ତା ପହଞ୍ଚି ତାଙ୍କୁ ଧନୁପାଲି ସ୍ଥିତ ଶ୍ରୀଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ରଥ ଯାତ୍ରା ଉତ୍ସବ ସମୟରେ ଗଜପତି ଭାବେ ସେବା କାର୍ଯ୍ୟ ତୁଲେଇବା ପାଇଁ ଅନୁରୋଧ କରିଥିଲେ। କମିଟିର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଶ୍ରୀ ନନ୍ଦ ସମ୍ମତି ପ୍ରଦାନ କରିଥିଲେ। ଏହା ପରେ ମନ୍ଦିର ପୂଜକ ତଥା ପଣ୍ଡିତ ଗଣ ବିଧି ପୂର୍ବକ ମଙ୍ଗଲାଚରଣ କରି ପଣ୍ଡିତ ମନମୋହନ ପାଣିଗ୍ରାହୀ, ପଣ୍ଡିତ ସୁବ୍ରତ ପୁରୋହିତ ଗଜପତି ବରଣ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।ଏହି କାର୍ଯ୍ୟକ୍ରମ ସମୟରେ କମିଟିର ମୁଖ୍ୟ ସଂଯୋଜକ ଶରତ ଚନ୍ଦ୍ର ପାଢ଼ୀ, ସଭାପତି ଶ୍ରୀ ବିଦେଶୀ ସାନବଡ଼, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାଶିଷ ପୁରୋହିତ, ଉପ ସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଚୈତନ୍ୟ ନାୟକ, ଉପଦେଷ୍ଟା ବିଷ୍ଣୁ ଗୁରୁ, ରାମ ନାୟକ, ସନ୍ତୋଷ ଗୁରୁ, ନେପାଳ ମିଶ୍ର ,ଗଜେନ୍ଦ୍ର ପୁଝାରୀ, ବିପିନ ଗଡ଼ନାୟକ, ପ୍ରମୁଖ ଉପସ୍ଥିତ ଥିଲେ।
The post ଧନୁପାଲି ରଥ ଯାତ୍ରା, ଛେରା ପହରା କରିବେ ବିପିନ ନନ୍ଦ appeared first on Odisha.News.