ପେନସନ ଭୋଗି କଳାକାର ଙ୍କ ଅଧିକାର ଦାବି ନେଇ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୦୧/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ଭାଗବତ ପୀଠ ରେ କୋକସରା ବ୍ଲକ ପେନସନ ଭୋଗି କଳାକାର ଙ୍କ ଏକ ଜରୁରୀକାଳୀନ ବୈଠକ ଘଟ କିଶୋର ଠେଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସୋମବାର ଦିନ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କଳାକାର ସଙ୍ଘ ର ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡା ମାଝୀ,ଉପ ସଭାପତି ମହେଶ୍ବର ସରାଫ,ଜିଲ୍ଲା ସମ୍ପାଦକ ତୀର୍ଥରାଜ ଦଳପତି,ସହ ସମ୍ପାଦକ କାଂହୁ […] The post ପେନସନ ଭୋଗି କଳାକାର ଙ୍କ ଅଧିକାର ଦାବି ନେଇ ବୈଠକ ଅନୁଷ୍ଠିତ। appeared first on Odisha.News.
କଳାହାଣ୍ଡି,୦୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ଭାଗବତ ପୀଠ ରେ କୋକସରା ବ୍ଲକ ପେନସନ ଭୋଗି କଳାକାର ଙ୍କ ଏକ ଜରୁରୀକାଳୀନ ବୈଠକ ଘଟ କିଶୋର ଠେଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସୋମବାର ଦିନ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କଳାକାର ସଙ୍ଘ ର ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡା ମାଝୀ,ଉପ ସଭାପତି ମହେଶ୍ବର ସରାଫ,ଜିଲ୍ଲା ସମ୍ପାଦକ ତୀର୍ଥରାଜ ଦଳପତି,ସହ ସମ୍ପାଦକ କାଂହୁ ଚରଣ ଗଉଡ଼ ପ୍ରମୁଖ ଉପସ୍ଥିତ ରହି ପେନସନ ଭୋଗି କଳାକାର ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସର୍ଵ ସମ୍ମତ୍ତି କ୍ରମେ କୋକସରା ବ୍ଲକ ସଙ୍ଘ କର୍ମକର୍ତ୍ତା ଚୟନ କରାଯାଇଥିଲା।ଏହି କ୍ରମ ରେ ବ୍ଲକ ସଭାପତି ଭାବେ ଡମ୍ବରୁ ଧର ଖର୍ସେଲ, ଉପ ସଭାପତି ଭାବେ ଗୋକୁଳ ପୁଞ୍ଜି,ସମ୍ପାଦକ ଭାବେ ଅର୍ଜୁନ ନାଏକ, ସହ ସମ୍ପାଦକ ଧ୍ଵଜ ମହାନନ୍ଦ,କୋଷାଧ୍ୟକ୍ଷ ଭାବେ ଶ୍ରୀମତୀ ମଣି ଶବର ଙ୍କୁ।ମନୋନୀତ କରିବା ସହ ଆଗାମୀ ଦିନରେ କଳାକାର ଙ୍କ ନ୍ୟାର୍ଯ୍ୟ ହକ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ନେଇ ଆଲୋଚନା କରାଯାଇଥିଲା।
The post ପେନସନ ଭୋଗି କଳାକାର ଙ୍କ ଅଧିକାର ଦାବି ନେଇ ବୈଠକ ଅନୁଷ୍ଠିତ। appeared first on Odisha.News.