ଧମକ ଦେଲେ ଜଳବାୟୁ କର୍ମୀ ଓ୍ବାଙ୍ଗ୍ଚୁକ୍: ୨୮ ଦିନିଆ ଅନଶନରେ ବସିବେ
ନୂଆଦିଲ୍ଲୀ,୨୮ା୭:ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ସାମ୍ବିଧାନିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯଦି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ନ ଡାକନ୍ତି, ତେବେ ଆଗାମୀ ସ୍ବାଧୀନତା ଦିବସରୁ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍ଚୁକ୍ ୨୮ ଦିନିଆ ଅନଶନରେ ବସିବେ ବୋଲି ରବିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ କାର୍ଗିଲ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ଦ୍ରାସ୍ ଯାଇଥିବାବେଳେ ଲେହ ଆପେକ୍ସ ବଡି (ଏବିଏଲ୍) ଏବଂ କାର୍ଗିଲ୍ […] The post ଧମକ ଦେଲେ ଜଳବାୟୁ କର୍ମୀ ଓ୍ବାଙ୍ଗ୍ଚୁକ୍: ୨୮ ଦିନିଆ ଅନଶନରେ ବସିବେ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୭:ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ସାମ୍ବିଧାନିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯଦି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ନ ଡାକନ୍ତି, ତେବେ ଆଗାମୀ ସ୍ବାଧୀନତା ଦିବସରୁ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍ଚୁକ୍ ୨୮ ଦିନିଆ ଅନଶନରେ ବସିବେ ବୋଲି ରବିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ କାର୍ଗିଲ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ଦ୍ରାସ୍ ଯାଇଥିବାବେଳେ ଲେହ ଆପେକ୍ସ ବଡି (ଏବିଏଲ୍) ଏବଂ କାର୍ଗିଲ୍ ଡେମୋକ୍ରାଟିକ୍ ଆଲିଆନ୍ସ (କେଡିଏ) ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ନୂଆ ସରକାର କେତେକ ବଳିଷ୍ଠ ପଦକ୍ଷେପ ନେବା ଆଶା କରାଯାଉଛି ବୋଲି ଓ୍ବାଙ୍ଗ୍ଚୁକ୍ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି। ସରକାର କୌଣସି ପଦକ୍ଷେପ ନ ନେଲେ ସେ ୭୮ତମ ସ୍ବାଧୀନତା ଦିବସରୁ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
The post ଧମକ ଦେଲେ ଜଳବାୟୁ କର୍ମୀ ଓ୍ବାଙ୍ଗ୍ଚୁକ୍: ୨୮ ଦିନିଆ ଅନଶନରେ ବସିବେ appeared first on Dharitri Odia News.