ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। I ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି ଏହାକୁ ନେଇ ସିଆଇଏସଏଫ ଡଗ ସ୍କ୍ବାଡ ଯାଞ୍ଚ କରୁଛି I ତେବେ ବ୍ୟାଗ୍‌ଟି କାହାର, ତାହା ସ୍ପଷ୍ଟ ହୋଇନି । ବିମାନବନ୍ଦର ବାହାରେ ନୀଳ ରଙ୍ଗର ବ୍ୟାଗ ଦେଖିବାକୁ ମିଳିଛି। ଏହାକୁ ସିଆଇଏସଏଫ ବିମାନ ବନ୍ଦର ଭିତରକୁ ନେଇଛନ୍ତି । ଡିଜି ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗକୁ […] The post ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.

ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। I ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି ଏହାକୁ ନେଇ ସିଆଇଏସଏଫ ଡଗ ସ୍କ୍ବାଡ ଯାଞ୍ଚ କରୁଛି I ତେବେ ବ୍ୟାଗ୍‌ଟି କାହାର, ତାହା ସ୍ପଷ୍ଟ ହୋଇନି । ବିମାନବନ୍ଦର ବାହାରେ ନୀଳ ରଙ୍ଗର ବ୍ୟାଗ ଦେଖିବାକୁ ମିଳିଛି। ଏହାକୁ ସିଆଇଏସଏଫ ବିମାନ ବନ୍ଦର ଭିତରକୁ ନେଇଛନ୍ତି ।

ଡିଜି ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବମ ଥ୍ରେଟ ଆସେସ୍ମେଣ୍ଟ କମିଟି ଏହି ବ୍ୟାଗ ତନତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ ଆସିଥିଲା ।

ସେପଟେ ଏସିପି ଅମିତାଭ ମହାପାତ୍ର କହିଛନ୍ତି ଅଜଣା ବ୍ୟାଗକୁ ନେଇ ବିପଦ ନାହିଁ । ଅଜଣା ବ୍ୟାଗ ଯାତ୍ରୀଙ୍କର ବୋଲି ଏସିପି କହିଛନ୍ତି । ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା ସିଆଇଏସଏଫ ସୂଚନା ଦେଇଛନ୍ତି ।

The post ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.