ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ
ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଗସ୍ତ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଲନ ମସ୍କଙ୍କ ଭେଟିବାର କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ସେ ଭାରତୀୟ ବଜାରରେ ଟେସଲାର ପ୍ରବେଶ ବିଷୟରେ ଆଲୋଚନା କରିଥାନ୍ତେ। ଏଥିସହ ଭାରତରେ ଟେସଲା କାରଖାନା ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା କରିବାର ଯୋଜନା ଥିଲା। […] The post ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ appeared first on Dharitri Odia News.
ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଗସ୍ତ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଲନ ମସ୍କଙ୍କ ଭେଟିବାର କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ସେ ଭାରତୀୟ ବଜାରରେ ଟେସଲାର ପ୍ରବେଶ ବିଷୟରେ ଆଲୋଚନା କରିଥାନ୍ତେ। ଏଥିସହ ଭାରତରେ ଟେସଲା କାରଖାନା ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା କରିବାର ଯୋଜନା ଥିଲା।
ତେବେ ଟେସଲା ସିଇଓ ମସ୍କ ଭାରତ ଗସ୍ତକୁ କାହିଁକି ସ୍ଥଗିତ ରଖିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ସୂତ୍ରରୁ ପ୍ରକାଶ ଯେ ମସ୍କଙ୍କ ଭାରତ ଗସ୍ତ ଏକ ଏପରି ସମୟରେ ହୋଇଥିଲା ଯେତେବେଳେ ତାଙ୍କୁ ଏପ୍ରିଲରେ ୨୩ରେ ଆମେରିକାରେ ଟେସଲାର ପ୍ରଥମ କ୍ୱାର୍ଟର ପ୍ରଦର୍ଶନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ଥିଲା। ଯଦି ମସ୍କ ୨୧-୨୨ରେ ଭାରତରେ ଗସ୍ତରେ ଯାଇଥାନ୍ତେ, ତେବେ ୨୩ ଏପ୍ରିଲରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର ହୋଇଥାନ୍ତା। ଏହି କାରଣରୁ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି ବିଶ୍ୱାସ କରାଯାଉଛି।
The post ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ appeared first on Dharitri Odia News.