ଧରା ପଡ଼ିଲା ଚୋରା ପୀରତି, ସର୍ବସମ୍ମୁଖରେ ଶାଶୂଙ୍କୁ ବିବାହ କଲେ ଜ୍ୱାଇଁ
ବିହାର 30/04 : ଅନେକ ପ୍ରେମ କାହାଣୀ ଆପଣ ଶୁଣିଥିବେ। କିନ୍ତୁ ଏ ପ୍ରେମ କାହାଣୀ ଟିକେ ନିଆରା। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିହାରର ଏହି ପ୍ରେମ କାହାଣୀ ସମଗ୍ର ଜିଲ୍ଲାର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଏକ ପ୍ରେମ ଦେଖିବାକୁ ମିଳିଛି ଜ୍ୱାଇଁ ଓ ଶାଶୂଙ୍କ ମଧ୍ୟରେ। ଦୁହେଁ କୋର୍ଟରେ ବିବାହ ମଧ୍ୟ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଙ୍କାର ହୀର ମୋତି ଗାଁରେ। 45 ବର୍ଷୀୟ ସିକନ୍ଦର ଯାଦବ 55 ବର୍ଷୀୟ ଶାଶୂ ଗୀତାଦେବୀଙ୍କୁ ମନ ଦେଇ ବସିଛନ୍ତି। ସିକନ୍ଦରଙ୍କର ଦୁଇ ପିଲା। ପତ୍ନୀଙ୍କ ମୃତ୍ୟୁ ପରେ ସେ ଶ୍ୱଶୂର ଘରେ ଯାଇ ରହିଥିଲେ। ସେହି ସମୟରେ ସିକନ୍ଦର ନିଜ ଶାଶୂଙ୍କ ନିକଟତର ହେଲେ। ଯେତେବେଳେ ଗୀତଦେବୀଙ୍କ ସ୍ୱାମୀ ଦିଲେଶ୍ୱର ଦର୍ଭେଙ୍କୁ ଏ ବିଷୟରେ ଜାଣିବାକୁ ପାଇଲେ ସେ ପଞ୍ଚାୟତକୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହାପରେ ଶିକନ୍ଦର ସର୍ବସମ୍ମୁଖରେ ମାନିଥିଲେ ଯେ, ସେ ନିଜ ଶାଶୂଙ୍କୁ ମନ ଦେଇ ବସିଛନ୍ତି। ଏହାପରେ ଗ୍ରାମବାସୀ ସର୍ବସମ୍ମୁଖରେ ଦୁହିଁଙ୍କର ବିବାହ କରିଥିଲେ। ଏମିତିକି ଗ୍ରାମବାସୀ ଗୀତାଦେବୀ ଓ ଯାଦବଙ୍କର କୋର୍ଟ ବାହାଘର ବି କରାଇଥିଲେ। ବିବାହର ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ସେଆର୍ କରାଯାଇଛି।ଏହି ଭାଇରାଲ୍ ଭିଡିଓରେ ଯାଦବ ଦେବୀଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖିବାପରେ ଅନେକ ଏଥିରେ କମେଣ୍ଟ ବି କରିଛନ୍ତି। କେହିକେହି ଏହାକୁ ସ
ବିହାର 30/04 : ଅନେକ ପ୍ରେମ କାହାଣୀ ଆପଣ ଶୁଣିଥିବେ। କିନ୍ତୁ ଏ ପ୍ରେମ କାହାଣୀ ଟିକେ ନିଆରା। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିହାରର ଏହି ପ୍ରେମ କାହାଣୀ ସମଗ୍ର ଜିଲ୍ଲାର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଏକ ପ୍ରେମ ଦେଖିବାକୁ ମିଳିଛି ଜ୍ୱାଇଁ ଓ ଶାଶୂଙ୍କ ମଧ୍ୟରେ। ଦୁହେଁ କୋର୍ଟରେ ବିବାହ ମଧ୍ୟ କରିଛନ୍ତି।
ଏଭଳି ଏକ ଘଟଣା ଘଟିଛି ବାଙ୍କାର ହୀର ମୋତି ଗାଁରେ। 45 ବର୍ଷୀୟ ସିକନ୍ଦର ଯାଦବ 55 ବର୍ଷୀୟ ଶାଶୂ ଗୀତାଦେବୀଙ୍କୁ ମନ ଦେଇ ବସିଛନ୍ତି। ସିକନ୍ଦରଙ୍କର ଦୁଇ ପିଲା। ପତ୍ନୀଙ୍କ ମୃତ୍ୟୁ ପରେ ସେ ଶ୍ୱଶୂର ଘରେ ଯାଇ ରହିଥିଲେ। ସେହି ସମୟରେ ସିକନ୍ଦର ନିଜ ଶାଶୂଙ୍କ ନିକଟତର ହେଲେ।

ଯେତେବେଳେ ଗୀତଦେବୀଙ୍କ ସ୍ୱାମୀ ଦିଲେଶ୍ୱର ଦର୍ଭେଙ୍କୁ ଏ ବିଷୟରେ ଜାଣିବାକୁ ପାଇଲେ ସେ ପଞ୍ଚାୟତକୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହାପରେ ଶିକନ୍ଦର ସର୍ବସମ୍ମୁଖରେ ମାନିଥିଲେ ଯେ, ସେ ନିଜ ଶାଶୂଙ୍କୁ ମନ ଦେଇ ବସିଛନ୍ତି। ଏହାପରେ ଗ୍ରାମବାସୀ ସର୍ବସମ୍ମୁଖରେ ଦୁହିଁଙ୍କର ବିବାହ କରିଥିଲେ। ଏମିତିକି ଗ୍ରାମବାସୀ ଗୀତାଦେବୀ ଓ ଯାଦବଙ୍କର କୋର୍ଟ ବାହାଘର ବି କରାଇଥିଲେ।
ବିବାହର ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ସେଆର୍ କରାଯାଇଛି।ଏହି ଭାଇରାଲ୍ ଭିଡିଓରେ ଯାଦବ ଦେବୀଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖିବାପରେ ଅନେକ ଏଥିରେ କମେଣ୍ଟ ବି କରିଛନ୍ତି। କେହିକେହି ଏହାକୁ ସମାଲୋଚନା କରିବା ସହ ପରିହାସ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି , “ଲଜ୍ଜାଜନକ! ସମାଜ ପାଇଁ ଏହା ଏକ ଖରାପ ଉଦାହରଣ। ” ଅନ୍ୟ ଜଣେ ଲେଖିଛନ୍ତି, “ଶ୍ୱଶୁର ଏଥିରେ ପ୍ରକୃତ ଖୁସି ହେବା କଥା, ସେ ପ୍ରକୃତରେ ମୁକ୍ତି ପାଇଲେ।”