ଧରାପଡ଼ିଲା ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ୍, ୫୫ ଗ୍ରାମ ସୁନା ଅଳଙ୍କର ଜବତ
ବ୍ରହ୍ମପୁର: ଧରାପଡ଼ିଲା ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗର ୩ ଜଣକୁ ଗିରଫ ସହ ସେମାନଙ୍କ ଠାରୁ ୫୫ ଗ୍ରାମ ସୁନା ଅଳଙ୍କାର ଓ ୬.୪୫ ଗ୍ରାମ ତରଳ ସୁନା ଜବତ କରିଛି ପୋଲିସ। ଅବଶ୍ୟ ଜବତ ପରେ ଲୁଟର ଶିକାର ହୋଇଥିବା ୪ ଜଣକୁ ସେମାନଙ୍କ ସୁନା ଅଳଙ୍କାର ହସ୍ତାନ୍ତର କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଲେ ବ୍ରହ୍ମପୁର ଏସପି।ଗିରଫ ତିନିଜଣଙ୍କ ମଧ୍ୟରୁ ଜଣେ କଟକ ଅଞ୍ଚଳର ହୋଇଥିବାବେଳେ ।ମିଳିଥିବା ସୂଚନା ଅନୁଯାୟୀ, ବୈଦ୍ୟନାଥପୁର ଥାନା ଏବଂ ଟାଉନ ଥାନା ଅଞ୍ଚଳରେ ସୁନା ଚେନ୍ ଲୁଟ୍ ନେଇ ଦୁଇଟି ଅଭିଯୋଗ ହୋଇଥିଲା। ଆଉ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା। ସିସିଟିଭି ଭିଜୁଆଲ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ଵିକ ସ୍ଥିତିକୁ ଆକଳନ କରି ପୋଲିସ ତଦନ୍ତ କରିଥିଲା। ପ୍ରଥମେ ଦୁଇଜଣଙ୍କୁ ଗିରଫ କରାଯାଇଥିବାବେଳେ ଶୁକ୍ରବାର ତିନିଜଣଙ୍କୁ ଗିରଫ କରାଯାଇଛି। ଏସପି ଆହୁରି କହିଛନ୍ତି ଏମାନେ ମୁଖ୍ୟତଃ ମନ୍ଦିର ଅଞ୍ଚଳ, ଗହଳି ଅଞ୍ଚଳରେ ବୁଲି ନଜର ରଖୁଥିଲେ। ଆଉ ସୁବିଧା ଦେଖି ବେକରୁ ଝାମ୍ପି ନେଉଥିଲେ।ତେବେ ଲୁଟେରା ଗ୍ୟାଙ୍ଗକୁ ଧରିଥିବା ପୋଲିସ କର୍ମଚାରୀଙ୍କୁ ଏସ ପି କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି।
ବ୍ରହ୍ମପୁର: ଧରାପଡ଼ିଲା ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗର ୩ ଜଣକୁ ଗିରଫ ସହ ସେମାନଙ୍କ ଠାରୁ ୫୫ ଗ୍ରାମ ସୁନା ଅଳଙ୍କାର ଓ ୬.୪୫ ଗ୍ରାମ ତରଳ ସୁନା ଜବତ କରିଛି ପୋଲିସ। ଅବଶ୍ୟ ଜବତ ପରେ ଲୁଟର ଶିକାର ହୋଇଥିବା ୪ ଜଣକୁ ସେମାନଙ୍କ ସୁନା ଅଳଙ୍କାର ହସ୍ତାନ୍ତର କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଲେ ବ୍ରହ୍ମପୁର ଏସପି।ଗିରଫ ତିନିଜଣଙ୍କ ମଧ୍ୟରୁ ଜଣେ କଟକ ଅଞ୍ଚଳର ହୋଇଥିବାବେଳେ ।
ମିଳିଥିବା ସୂଚନା ଅନୁଯାୟୀ, ବୈଦ୍ୟନାଥପୁର ଥାନା ଏବଂ ଟାଉନ ଥାନା ଅଞ୍ଚଳରେ ସୁନା ଚେନ୍ ଲୁଟ୍ ନେଇ ଦୁଇଟି ଅଭିଯୋଗ ହୋଇଥିଲା। ଆଉ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା। ସିସିଟିଭି ଭିଜୁଆଲ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ଵିକ ସ୍ଥିତିକୁ ଆକଳନ କରି ପୋଲିସ ତଦନ୍ତ କରିଥିଲା। ପ୍ରଥମେ ଦୁଇଜଣଙ୍କୁ ଗିରଫ କରାଯାଇଥିବାବେଳେ ଶୁକ୍ରବାର ତିନିଜଣଙ୍କୁ ଗିରଫ କରାଯାଇଛି। ଏସପି ଆହୁରି କହିଛନ୍ତି ଏମାନେ ମୁଖ୍ୟତଃ ମନ୍ଦିର ଅଞ୍ଚଳ, ଗହଳି ଅଞ୍ଚଳରେ ବୁଲି ନଜର ରଖୁଥିଲେ। ଆଉ ସୁବିଧା ଦେଖି ବେକରୁ ଝାମ୍ପି ନେଉଥିଲେ।ତେବେ ଲୁଟେରା ଗ୍ୟାଙ୍ଗକୁ ଧରିଥିବା ପୋଲିସ କର୍ମଚାରୀଙ୍କୁ ଏସ ପି କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି।