ଧରାପଡିଲା ବେଙ୍ଗାଲୁରୁ କେଫେ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ, ପଚରା ଉଚରା କରୁଛି NIA
ବେଙ୍ଗାଲୁରୁ ୧୩।୩: ବେଙ୍ଗାଲୁରୁ କେଫେ ବ୍ଲାଷ୍ଟ ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ମୁଖ୍ୟ ସନ୍ଦିଗ୍ଧକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ମିଳିତ ପଚରା ଉଚରା କରାଯାଉଛି, ଯେଉଁଥିରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସୀ, ଏନଆଇଏ ଓ ରାଜ୍ୟ ପୋଲିସ ମଧ୍ୟ ସାମିଲ ହୋଇଛି। ସୂତ୍ର ଅନୁସାରେ ସନ୍ଦିଗ୍ଧର ପ୍ରୋଫାଇଲ କଥିତ ରୂପେ ସେହି ବ୍ୟକ୍ତି ସହିତ ମେଳ ଖାଉଛି ଯାହା ବିସ୍ପୋରଣର ତୁରନ୍ତ ବାଦ ଜାରି କରାଯାଇଥିବା ସିସିଟିଭି ଫୁଟେଜରେ ଦେଖାଯାଇଥିଲା। ତେବେ ପୋଲିସ ଏବେବି ପୁଷ୍ଟି କରିନି ଯେ ଅଟକ ବ୍ୟକ୍ତି ହିଁ ରାମେଶ୍ୱରମ କେଫେରେ ବିସ୍ଫୋରକ ଥିବା ବ୍ୟାଗ୍ ରଖିଥିଲା। ତେବେ ସବୁ ଏଜେନ୍ସୀ ମାମଲାର ଯାଞ୍ଚ କରୁଥିବା କୁହାଯାଇଛି। ସନ୍ଦିଗ୍ଧକୁ ପଚରା ଉଚରା କରି ତଦନ୍ତକାରୀ ଏଜେନ୍ସୀମାନେ ଏହା ଏବେ ସ୍ପଷ୍ଟ ହେବାକୁ ଚାହୁଁଛନ୍ତି ଯେ ସେ ନିଜେ ବିସ୍ପୋରଣକୁ ସଫଳ କରିଥିଲା ନା ଏଥିରେ ସେ କୌଣସି ଆକ୍ରମଣକାରୀକୁ ସହାୟତା କରିଥିଲା। ମାର୍ଚ୍ଚ ୧ ତାରିଖ ଦିନ ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା। ମଧ୍ୟାହ୍ନରେ ହୋଇଥିବା ବିସ୍ଫୋରଣ ବେଳେ କାଫେରେ ବେଶ୍ ଭିଡ ଥିଲା। ବିସ୍ଫୋରଣ ଯୋଗୁ କେହି ପ୍ରାଣ ହରାଇନଥିଲେ ମଧ୍ୟ ୧୦ ଜଣ ଆହତ ହୋଇଥିଲେ। ବେଙ୍ଗାଲୁରୁ ପୋଲିସ ମାମଲାର ତଦନ୍ତ ଆରମ୍ଭ କର
ବେଙ୍ଗାଲୁରୁ ୧୩।୩: ବେଙ୍ଗାଲୁରୁ କେଫେ ବ୍ଲାଷ୍ଟ ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ମୁଖ୍ୟ ସନ୍ଦିଗ୍ଧକୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତକୁ ମିଳିତ ପଚରା ଉଚରା କରାଯାଉଛି, ଯେଉଁଥିରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସୀ, ଏନଆଇଏ ଓ ରାଜ୍ୟ ପୋଲିସ ମଧ୍ୟ ସାମିଲ ହୋଇଛି।
ସୂତ୍ର ଅନୁସାରେ ସନ୍ଦିଗ୍ଧର ପ୍ରୋଫାଇଲ କଥିତ ରୂପେ ସେହି ବ୍ୟକ୍ତି ସହିତ ମେଳ ଖାଉଛି ଯାହା ବିସ୍ପୋରଣର ତୁରନ୍ତ ବାଦ ଜାରି କରାଯାଇଥିବା ସିସିଟିଭି ଫୁଟେଜରେ ଦେଖାଯାଇଥିଲା। ତେବେ ପୋଲିସ ଏବେବି ପୁଷ୍ଟି କରିନି ଯେ ଅଟକ ବ୍ୟକ୍ତି ହିଁ ରାମେଶ୍ୱରମ କେଫେରେ ବିସ୍ଫୋରକ ଥିବା ବ୍ୟାଗ୍ ରଖିଥିଲା। ତେବେ ସବୁ ଏଜେନ୍ସୀ ମାମଲାର ଯାଞ୍ଚ କରୁଥିବା କୁହାଯାଇଛି। ସନ୍ଦିଗ୍ଧକୁ ପଚରା ଉଚରା କରି ତଦନ୍ତକାରୀ ଏଜେନ୍ସୀମାନେ ଏହା ଏବେ ସ୍ପଷ୍ଟ ହେବାକୁ ଚାହୁଁଛନ୍ତି ଯେ ସେ ନିଜେ ବିସ୍ପୋରଣକୁ ସଫଳ କରିଥିଲା ନା ଏଥିରେ ସେ କୌଣସି ଆକ୍ରମଣକାରୀକୁ ସହାୟତା କରିଥିଲା।

ମାର୍ଚ୍ଚ ୧ ତାରିଖ ଦିନ ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା। ମଧ୍ୟାହ୍ନରେ ହୋଇଥିବା ବିସ୍ଫୋରଣ ବେଳେ କାଫେରେ ବେଶ୍ ଭିଡ ଥିଲା। ବିସ୍ଫୋରଣ ଯୋଗୁ କେହି ପ୍ରାଣ ହରାଇନଥିଲେ ମଧ୍ୟ ୧୦ ଜଣ ଆହତ ହୋଇଥିଲେ। ବେଙ୍ଗାଲୁରୁ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପରେ ମାର୍ଚ୍ଚ ୫ ତାରିଖ ଦିନ ମାମଲାର ତଦନ୍ତ ଭାର ଏନଆଇଏକୁ ପ୍ରଦାନ କରାଯାଇଥିଲା। ଏନଆଇଏ ସିସିଟିଭି ଫୁଟେଜ ଖୋଜିବା ପରେ ଅଭିଯୁକ୍ତ ପର୍ଯ୍ୟନ୍ତ ପହଞ୍ଚିବାକୁ ତାର ଫଟୋ ଜାରି କରିଥିଲା।
ଅଭିଯୁକ୍ତକୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଯାଞ୍ଚରୁ ଜଣାପଡିଥିଲା ଯେ ଅଭିଯୁକ୍ତ କେଫେରେ ବୋମା ଥିବା ବ୍ୟାଗ୍ ରଖିବା ପରେ ନିକଟରେ ଥିବା ମସଜିଦକୁ ଯାଇ ପୋଷାକ ବଦଳାଇଥିଲା। ତଦନ୍ତକାରୀ ସଂସ୍ଥାକୁ ସନ୍ଦିଗ୍ଧର ଟୋପି ମଧ୍ୟ ମିଳିଥିଲା। ପରେ ସେ ବସ୍ରେ ଯାତ୍ରା କରୁଥିବାର ଫୁଟେଜ ସାମ୍ନାକୁ ଆସିଥିଲା। ଏବେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ କେଫେରେ ବିସ୍ଫାରଣ ପଛରେ ତାର ଉଦ୍ଦେଶ୍ୟ କଣ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ତଦନ୍ତକାରୀ ଏଜେନ୍ସୀ।