ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି, ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କଲେ ବିଶ୍ୱବାସୀ

ଭୁବନେଶ୍ୱର : ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ସଭିଏଁ । ନୂତନ ବର୍ଷ ପାଇଁ ଚାରିଆଡ଼ ଚଳଚଞ୍ଚଳ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ନୂଆ ଉତ୍ସାହ, ଉଦ୍ଦୀପନା ଓ ନୂଆ ଆଶା ନେଇ ଆସିଛି ବର୍ଷ ୨୦୨୫ । ଦେବଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ […] The post ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି, ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କଲେ ବିଶ୍ୱବାସୀ appeared first on KNews Odisha.

ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି, ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କଲେ ବିଶ୍ୱବାସୀ
new year qw

ଭୁବନେଶ୍ୱର : ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ସଭିଏଁ । ନୂତନ ବର୍ଷ ପାଇଁ ଚାରିଆଡ଼ ଚଳଚଞ୍ଚଳ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ନୂଆ ଉତ୍ସାହ, ଉଦ୍ଦୀପନା ଓ ନୂଆ ଆଶା ନେଇ ଆସିଛି ବର୍ଷ ୨୦୨୫ । ଦେବଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଲାଗିଛି ଭିଡ଼ । ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ମଙ୍ଗଳ କାମନା କରି ଆଶୀର୍ବାଦ ନେଇଛନ୍ତି ଲୋକମାନେ । ଚାରିଆଡ଼େ ଏବେ ନୂଆବର୍ଷର ଧୁମ । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର । ନାନା କାର୍ଯ୍ୟକ୍ରମ ବି ଆୟୋଜିତ ହେଉଛି ।

ସେହିପରି ଗତକାଲି ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ, ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।

The post ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି, ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କଲେ ବିଶ୍ୱବାସୀ appeared first on KNews Odisha.