କୁଳଡିହା ଅଭୟାରଣ୍ୟରେ ହାତୀ ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ
ନୀଳଗିରି : କୁଳଡିହା ଅଭୟାରଣ୍ୟରେ ହାତୀ ମୃତ । କୁଳଡିହା ରେଞ୍ଜ ତେଲିପାଳ ସ୍ଥିତ ହୁଡିସାହିରେ ହାତୀ ମୃତ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ କୁଳଡିହା ରେଞ୍ଜର ଓ ବନକର୍ମଚାରୀ ପହଞ୍ଚିଥିଲେ । ହାତୀର ମୃତ ଶରୀରଟି ଦୀର୍ଘ ଦିନରୁ ଏଠାରେ ପଡିରହିଥିବା ବେଳେ ସ୍ଥାନୀୟ ଲୋକେ ଜାଳେଣୀ ପାଇଁ ଆସିବା ସମୟରେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ବନବିଭାଗକୁ ଅବଗତ କରିଥିଲେ । ପରେ ଡିଏଫଓ,ଏସିଏଫଓ ,ରେଞ୍ଜର,ବନ ବିଭାଗ,ଜେଟିଏଫ,ସ୍ଥାନୀୟ […] The post କୁଳଡିହା ଅଭୟାରଣ୍ୟରେ ହାତୀ ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ appeared first on KNews Odisha.

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ହାତୀ ମୃତ । କୁଳଡିହା ରେଞ୍ଜ ତେଲିପାଳ ସ୍ଥିତ ହୁଡିସାହିରେ ହାତୀ ମୃତ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ କୁଳଡିହା ରେଞ୍ଜର ଓ ବନକର୍ମଚାରୀ ପହଞ୍ଚିଥିଲେ । ହାତୀର ମୃତ ଶରୀରଟି ଦୀର୍ଘ ଦିନରୁ ଏଠାରେ ପଡିରହିଥିବା ବେଳେ ସ୍ଥାନୀୟ ଲୋକେ ଜାଳେଣୀ ପାଇଁ ଆସିବା ସମୟରେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ବନବିଭାଗକୁ ଅବଗତ କରିଥିଲେ ।
ପରେ ଡିଏଫଓ,ଏସିଏଫଓ ,ରେଞ୍ଜର,ବନ ବିଭାଗ,ଜେଟିଏଫ,ସ୍ଥାନୀୟ ପୋଲିସ,ପଶୁ ଚିକିତ୍ସକଙ୍କ ଏକ ତିନି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀର ନମୁନା ସଂଗ୍ରହ କରି ଭୁବନେଶ୍ବରକୁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀଟି କିପରି ମୃତ୍ୟବରଣ କଲା କେତେ ଦିନ ହେବ ମୃତ୍ୟୁବରଣ କରିଛି ଓ ମାଇ କି ଦନ୍ତା ତାହା ଜଣାପଡିବ ବୋଲି ଡିଏଫଓ କହିଛନ୍ତି ।
Also read :ଆହତ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ଆନନ୍ଦପୁର ଡିଏଫଓ
The post କୁଳଡିହା ଅଭୟାରଣ୍ୟରେ ହାତୀ ମୃତ, ମୃତ୍ୟୁର କାରଣ ଅସ୍ପଷ୍ଟ appeared first on KNews Odisha.