ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର, ଅଗ୍ରାଧିକାର ଭିତ୍ତିରେ ଚାଷକୁ ମାଡ଼ିବ ପାଣି

ଯୋଡ଼ା,୨୭ା୪(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକଠାରେ ନିର୍ମାଣାଧୀନ ଓଡ଼ିଶାର ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପର ନିର୍ମାଣ ସମୟରେ ଡିପ୍ଲିସନ ସୁଇଚ ନିର୍ମାଣ ହେଉଥିବା ବେଳେ ରେଙ୍ଗାଲି ଡ୍ୟାମରୁ ଜଳ ପ୍ରବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ରଖାଯାଇଛି। ଫଳରେ ଯୋଡ଼ା ବ୍ଲକର କାନପୁର ଡ୍ୟାମ୍‌ଠାରୁ ଆନନ୍ଦପୁର, ଯାଜପୁର ଭଦ୍ରକ ପର୍ଯ୍ୟନ୍ତ ବୈତରଣୀ ନଦୀରେ ଜଳ ନ ଥିବାରୁ ହାହାକାର ସ୍ଥିତି ଉପୁଜିଛି। ଏ ନେଇ ଧରିତ୍ରୀରେ ‘କାନପୁରଠାରୁ ବୈତରଣୀରେ ଜଳ ପ୍ରବାହ ବନ୍ଦ’ ଶୀର୍ଷକ ଏକ […] The post ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର, ଅଗ୍ରାଧିକାର ଭିତ୍ତିରେ ଚାଷକୁ ମାଡ଼ିବ ପାଣି appeared first on Dharitri Odia News.

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର, ଅଗ୍ରାଧିକାର ଭିତ୍ତିରେ ଚାଷକୁ ମାଡ଼ିବ ପାଣି

ଯୋଡ଼ା,୨୭ା୪(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକଠାରେ ନିର୍ମାଣାଧୀନ ଓଡ଼ିଶାର ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପର ନିର୍ମାଣ ସମୟରେ ଡିପ୍ଲିସନ ସୁଇଚ ନିର୍ମାଣ ହେଉଥିବା ବେଳେ ରେଙ୍ଗାଲି ଡ୍ୟାମରୁ ଜଳ ପ୍ରବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ରଖାଯାଇଛି। ଫଳରେ ଯୋଡ଼ା ବ୍ଲକର କାନପୁର ଡ୍ୟାମ୍‌ଠାରୁ ଆନନ୍ଦପୁର, ଯାଜପୁର ଭଦ୍ରକ ପର୍ଯ୍ୟନ୍ତ ବୈତରଣୀ ନଦୀରେ ଜଳ ନ ଥିବାରୁ ହାହାକାର ସ୍ଥିତି ଉପୁଜିଛି। ଏ ନେଇ ଧରିତ୍ରୀରେ ‘କାନପୁରଠାରୁ ବୈତରଣୀରେ ଜଳ ପ୍ରବାହ ବନ୍ଦ’ ଶୀର୍ଷକ ଏକ ଖବର ପ୍ରକାଶିତ ହେବା ପରେ ପ୍ରକଳ୍ପ କତ୍ତୃପକ୍ଷଙ୍କ ସମେତ ଜିଲା ପ୍ରଶାସନ ତତ୍ପର ହୋଇ ପଡ଼ିଛି। ଏହି ପ୍ରତିକୂଳ ପରିସ୍ଥିତିର ପ୍ରତିକାର କରିବା ନିମନ୍ତେ ଚମ୍ପୁଆ ସବ୍‌କଲେକ୍ଟର ଉମାକାନ୍ତ ପରିଡ଼ା,ପ୍ରକଳ୍ପ ଯନ୍ତ୍ରୀ ପ୍ରସାଦ ରଞ୍ଜନ ପଣ୍ଡାଙ୍କ ସମେତ ଗ୍ରାମୀଣ ଜଳ ଯୋଗାଣ ସଂସ୍ଥା ଅଧିକାରୀ, କୃଷି ଅଧିକାରୀ ଏବଂ ଅଞ୍ଚଳର ଚାଷୀ ଓ ଶିଳ୍ପ କମ୍ପାନୀ ଙ୍କ ସହ ଇତି ମଧ୍ୟରେ ଆଲୋଚନା ହୋଇଥିବା ଉପଜିଲାପାଳ ପରିଡ଼ା ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲାପାଳ ବିଶାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଜଳ ଯୋଗାଣ ପାଇଁ ଏକ ମେଗା ପାଣି ପମ୍ପ ଯାହା ପ୍ରାୟ ୧୭୦ ହର୍ସ ପାଓ୍ବାର ଲଗାଯାଇ ଦୈନିକ ପ୍ରାୟ ଦୁଇ ହଜାରରୁ ତିନି ହଜାର କ୍ୟୁସେକ ଜଳ ନଦୀରୁ ଉଠା ଯାଇ ଚାଷୀଙ୍କ ଉଦ୍ଦେଶ୍ୟରେ ଶୁଷ୍କ ପଡ଼ିଥିବା ବୈତରଣୀ ନଦୀରେ ଛଡ଼ା ଯିବ। ଏହାଦ୍ବାରା ଅଁରାପାଳ, ଜଗନ୍ନାଥପୁର, କୁଟାରିପଶି, କୁଦାପି, କଙ୍କଡାପାଟ,ମଙ୍ଗଳପୁର,ସାତହଳିଆ,ମୁକୁନ୍ଦପୁର,ମିରିଗଶିଙ୍ଗା, ଗୋଧୂଳି ପ୍ରଭୃତି ୧୦ଟି ଗାଁର ପ୍ରାୟ ୨୨ ଶହ ଏକର ଜମିରେ ହୋଇଥିବା ଖରାଟିଆ ଚାଷର ଫସଲକୁ ଜଳ ଯୋଗାଣ କରାଯିବ।

The post ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର, ଅଗ୍ରାଧିକାର ଭିତ୍ତିରେ ଚାଷକୁ ମାଡ଼ିବ ପାଣି appeared first on Dharitri Odia News.