‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି ବିଶ୍ୱକପ୍‌ ଜିତିବା ଲାଗି ଟିମ୍‌ ଇଣ୍ଡିଆ ବଡ଼ ଦାବିଦାର ବୋଲି କୁହାଯାଉଛି, ଦଳ ମଧ୍ୟ ଏଥିଲାଗି ମଜଭୂତ ଟିମ୍‌ ଚୟନ କରିଛି। ତେବେ ଟୁର୍ନାମେଣ୍ଟ ପୂର୍ବରୁ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ ପ୍ରଶ୍ନରେ ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କମେଣ୍ଟେଟର୍‌ ରବି ଶାସ୍ତ୍ରୀ କହିଛନ୍ତି, ବିରାଟ ଏବଂ ବୁମ୍‌ରା […] The post ‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’ appeared first on Dharitri Odia News.

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ  ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି ବିଶ୍ୱକପ୍‌ ଜିତିବା ଲାଗି ଟିମ୍‌ ଇଣ୍ଡିଆ ବଡ଼ ଦାବିଦାର ବୋଲି କୁହାଯାଉଛି, ଦଳ ମଧ୍ୟ ଏଥିଲାଗି ମଜଭୂତ ଟିମ୍‌ ଚୟନ କରିଛି।

ତେବେ ଟୁର୍ନାମେଣ୍ଟ ପୂର୍ବରୁ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ ପ୍ରଶ୍ନରେ ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କମେଣ୍ଟେଟର୍‌ ରବି ଶାସ୍ତ୍ରୀ କହିଛନ୍ତି, ବିରାଟ ଏବଂ ବୁମ୍‌ରା ନୁହନ୍ତି, ଯଶସ୍ବୀ ଜୟସଓ୍ବାଲ ଏବଂ ଶିବମ ଦୁବେ ଦଳ ପାଇଁ ବଡ଼ ଗୁରୁତ୍ୱ ବହନ କରନ୍ତି। ଉଭୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ । ନିର୍ଡର ହୋଇ କ୍ରିକେଟ ଖେଳନ୍ତି। ଇଂଲଣ୍ଡ ବିପକ୍ଷରେ ଜୟସଓ୍ବାଲ ଭଲ ଖେଳିଛନ୍ତି। ଆଇପିଏଲ୍‌ ମଧ୍ୟ ସେଭଳି ପ୍ରଦର୍ଶନ ଜାରି ରହିଛି। ମିଡିଲ ଓଭରରେ ଶିବମ ଦୁବେ ବିସ୍ଫୋରକ ଖେଳିପାରନ୍ତି। ଚେନ୍ନାଇ ପାଇଁ ଆଇପିଏଲ୍‌ରେ ୧୭୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ତାଙ୍କର ରହିଛି। ଏଣୁ ସ୍ପିନରଙ୍କୁ ଖେଳିବା ଦଳ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେବ। କେବଳ ଏଥିଲାଗି ତାଙ୍କୁ ରିଙ୍କୁ ସିଂଙ୍କ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି।

The post ‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’ appeared first on Dharitri Odia News.