ମୋଦିଙ୍କୁ ଚିଠି ଲେଖିଲେ ମମତା

କୋଲକାତା,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ NEET ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ NEET ରଦ୍ଦ କରିବାକୁ ଦାବି କରିଛନ୍ତି। ମମତା ଲେଖିଛନ୍ତି, NEET ରଦ୍ଦ କରାଯାଉ ଏବଂ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ସୂଚନାଯୋଗ୍ୟ ଯେ, ପୁରୁଣା ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଦ୍ୱାରା NEET ପରୀକ୍ଷା କରାଯାଇଥିଲା। ଏହି ପତ୍ରରେ ମମତା ବାନାର୍ଜୀ ଲେଖିଛନ୍ତି ଯେ, NEET ପରୀକ୍ଷାରେ ପେପର୍‌ ଲିକ, ପରୀକ୍ଷା ପରିଚାଳନା […] The post ମୋଦିଙ୍କୁ ଚିଠି ଲେଖିଲେ ମମତା appeared first on Dharitri Odia News.

ମୋଦିଙ୍କୁ ଚିଠି ଲେଖିଲେ ମମତା

କୋଲକାତା,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ NEET ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ NEET ରଦ୍ଦ କରିବାକୁ ଦାବି କରିଛନ୍ତି।
ମମତା ଲେଖିଛନ୍ତି, NEET ରଦ୍ଦ କରାଯାଉ ଏବଂ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ସୂଚନାଯୋଗ୍ୟ ଯେ, ପୁରୁଣା ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଦ୍ୱାରା NEET ପରୀକ୍ଷା କରାଯାଇଥିଲା।
ଏହି ପତ୍ରରେ ମମତା ବାନାର୍ଜୀ ଲେଖିଛନ୍ତି ଯେ, NEET ପରୀକ୍ଷାରେ ପେପର୍‌ ଲିକ, ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ନେବା, ଛାତ୍ରୀଛାତ୍ରମାନଙ୍କୁ ଗ୍ରେସ ମାର୍କ ଇତ୍ୟାଦି ବିଷୟରେ ଗମ୍ଭୀର ଅଭିଯୋଗ ଆସୁଛି। ଏହି ଅଭିଯୋଗଗୁଡିକ ତୁରନ୍ତ ଧ୍ୟାନ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ। ଏହି ଘଟଣା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି। ଏଭଳି ଘଟଣା କେବଳ ଦେଶରେ ଡାକ୍ତରୀ ପରୀକ୍ଷାର ଗୁଣବତ୍ତାକୁ ସଙ୍କୋଚନ କରେ ନାହିଁ ବରଂ ଦେଶର ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ।

The post ମୋଦିଙ୍କୁ ଚିଠି ଲେଖିଲେ ମମତା appeared first on Dharitri Odia News.