ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ, ରିପୋର୍ଟରୁ ଖୋଲିବ ଗୁପ୍ତ ସୁଡ଼ଙ୍ଗର ରହସ୍ୟ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ। ଗତକାଲି ଠାରୁ ଆରମ୍ଭ ହୋଇଥିବା ଜିପିଆର ସର୍ଭେ କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ଶେଷ ହୋଇଛି। ଆସନ୍ତାକାଲି ରତ୍ନଭଣ୍ଡାରର ଆଉ ଜିପିଆର ସର୍ଭେ କାର୍ଯ୍ୟ କରାଯିବ ନାହିଁ। ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୧୦ ଦିନ ଭିତରେ ରିପୋର୍ଟ ଆସିବ ବୋଲି ରବିବାର ସନ୍ଧ୍ୟାରେ ସିଂହ ଦ୍ଵାର ସମ୍ମୁଖରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ ଦୁଇ ଦିନ କାଳ ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଛି ଏନ୍ ଜି ଆର୍ ଇ ଟିମ୍ । ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ରହସ୍ୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ  ଲ୍ୟାବରେ ଅନୁଶୀଳନ କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ। ରତ୍ନ ଭଣ୍ଡାର ଚଟାଣ ତଳେ କଣ ରହିଛି ନ ରହିଛି ସେ ନେଇ ଖୁବ୍ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ ଏନ୍ ଜି ଆର୍ ଇ ଟିମ୍ ।ଇଲେକ୍ଟ୍ର ମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି। ଡାଟା ଇମେଜ କ୍ଵାଲିଟିକୁ ଲାବରେ ଆସେମ୍ବଲ୍ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନ୍ ଜି ଆର୍ ଆଇ ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡ

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ, ରିପୋର୍ଟରୁ ଖୋଲିବ ଗୁପ୍ତ ସୁଡ଼ଙ୍ଗର ରହସ୍ୟ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ଯ୍ୟ। ଗତକାଲି ଠାରୁ ଆରମ୍ଭ ହୋଇଥିବା ଜିପିଆର ସର୍ଭେ କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ଶେଷ ହୋଇଛି। ଆସନ୍ତାକାଲି ରତ୍ନଭଣ୍ଡାରର ଆଉ ଜିପିଆର ସର୍ଭେ କାର୍ଯ୍ୟ କରାଯିବ ନାହିଁ। ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୧୦ ଦିନ ଭିତରେ ରିପୋର୍ଟ ଆସିବ ବୋଲି ରବିବାର ସନ୍ଧ୍ୟାରେ ସିଂହ ଦ୍ଵାର ସମ୍ମୁଖରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ ଦୁଇ ଦିନ କାଳ ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଛି ଏନ୍ ଜି ଆର୍ ଇ ଟିମ୍ । ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ରହସ୍ୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ  ଲ୍ୟାବରେ ଅନୁଶୀଳନ କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ। ରତ୍ନ ଭଣ୍ଡାର ଚଟାଣ ତଳେ କଣ ରହିଛି ନ ରହିଛି ସେ ନେଇ ଖୁବ୍ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ ଏନ୍ ଜି ଆର୍ ଇ ଟିମ୍ ।

ଇଲେକ୍ଟ୍ର ମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି। ଡାଟା ଇମେଜ କ୍ଵାଲିଟିକୁ ଲାବରେ ଆସେମ୍ବଲ୍ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନ୍ ଜି ଆର୍ ଆଇ ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି। ପୂର୍ବରୁ ଏଏସଆଇ ମଧ୍ୟ ରତ୍ନଭଣ୍ଡାର ବାହାର କାନ୍ଥରେ ଲେଜର୍ ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା। ତେବେ ଚଳିତ ମାସ ୧୮ ତାରିଖରେ ଏନ୍ ଜି ଆର୍ ଆଇ ଟିମ୍ ମଧ୍ୟ ଲେଜର୍ ସର୍ଭେ କରିବା ପରେ ଗତକାଲି ଆଉ ଗୋଟିଏ ରାଉଣ୍ଡ ସର୍ଭେ ହୋଇଥିଲା। 

ଗତକାଲି ଓ ଆଜି ଦୁଇଦିନରେ ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ କରାଯାଇ ବିଭିନ୍ନ ଡାଟା ସଂଗ୍ରହ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଅଛି।