ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ

ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପୁଟାଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିଶୁ ସୁରକ୍ଷା ୟୁନିଟ ପ୍ରକଳ୍ପ ସଂଯୋଜକ ବିକାଶ ପାତ୍ର, ମାମଲା କର୍ମୀ ଯଶୋବନ୍ତ ଗହିର ସନବାହାଲି ଗାଁକୁ ଯାଇ ଜେଜେମା ଉର୍ମିଳା ମିର୍ଦ୍ଧା ଓ ନାତୁଣୀ […] The post ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ appeared first on Dharitri Odia News.

ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ

ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପୁଟାଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିଶୁ ସୁରକ୍ଷା ୟୁନିଟ ପ୍ରକଳ୍ପ ସଂଯୋଜକ ବିକାଶ ପାତ୍ର, ମାମଲା କର୍ମୀ ଯଶୋବନ୍ତ ଗହିର ସନବାହାଲି ଗାଁକୁ ଯାଇ ଜେଜେମା ଉର୍ମିଳା ମିର୍ଦ୍ଧା ଓ ନାତୁଣୀ ପାୟଲ ମିର୍ଦ୍ଧାଙ୍କୁ ଭେଟି ଆଲୋଚନା କରିଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପାୟଲଙ୍କୁ ପାଠ ପଢାଇବା ସହ ସମସ୍ତ ଖର୍ଚ୍ଚ ବହନ କରିବ। ହେଲେ ବାହାରେ ପାଠ ପଢାଇବା କଥା ଶୁଣି ଜେଜେମା’ ରାଜି ହୋଇ ନ ଥିଲେ। ସେ ଘରେ ରହି ପଢିବ, ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ଅଛି ଯୋଗାଇଦିଅ ବୋଲି କହିଥିଲେ। ଶୁକ୍ରବାର ଜେଜେମା’ଙ୍କ ସହ ପାୟଲ ନୂଆପଡା ଆସି ଶିଶୁ କଲ୍ୟାଣ କମିଟି କର୍ମଚାରୀଙ୍କୁ ଭେଟିବେ। ସେଠାରେ ଯାହା ସମାଧାନ ହେବ ଓ ଜିଲାପାଳ ଅନୁମୋଦନ କଲେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଧରିତ୍ରୀ ମାଧ୍ୟମରେ ଖବର ଜାଣିଥିବାରୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ପୁଟା କହିଛନ୍ତି ା

The post ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ appeared first on Dharitri Odia News.