ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍
ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ (ଗଣ୍ଠିପୋକ) ବ୍ୟାପି ବସିଛନ୍ତି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନ ଫସଲ ଉଜୁଡି ବସିଛି । ଏ ନେଇ ବୁଧବାର ଧରିତ୍ରୀରେ ‘ଧାନ ଫସଲରେ ରୋଗପୋକ, କାମ କରୁନି କୀଟନାଶକ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। […] The post ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍ appeared first on Dharitri Odia News.
ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ (ଗଣ୍ଠିପୋକ) ବ୍ୟାପି ବସିଛନ୍ତି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନ ଫସଲ ଉଜୁଡି ବସିଛି । ଏ ନେଇ ବୁଧବାର ଧରିତ୍ରୀରେ ‘ଧାନ ଫସଲରେ ରୋଗପୋକ, କାମ କରୁନି କୀଟନାଶକ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କୃଷି ବିଭାଗର ଏକ ଟିମ୍ ଗାଇସୀମା ଗ୍ରାମକୁ ପହଞ୍ଚି ଚାଷୀ କାର୍ତ୍ତିକ ସାହୁଙ୍କୁ ଭେଟି କ୍ଷେତ୍ର ପରିଦର୍ଶନ ସହିତ ପ୍ରଭାବିତ ଧାନ ଫସଲ ଅନୁଧ୍ୟାନ କରିଥିଲେ। ଏହା ସହିତ ସମ୍ପୃକ୍ତ ଚାଷୀ ବ୍ୟବହାର କରିଥିବା କୀଟନାଶକ ଦେଖିଥିଲେ ଏବଂ ଚାଷୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।
The post ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍ appeared first on Dharitri Odia News.