ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ
କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍ଏଫ୍ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍ଏଫ୍ ଲୋଗୋ ଲଗାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ପୁରୁଣା ଲୋଗୋକୁ ହଟାଯାଇ କେନ୍ଦୁଝର ଡିଏମ୍ଏଫ୍ର ଲୋଗୋ ଲଗାଯାଇଥିବା ଦେଖାଯାଇଛି। ଲୋଗୋ ପରିବର୍ତ୍ତନ ହୋଇଥିଲେ ହେଁ ଗାଡ଼ି ଲୋକାର୍ପଣ […] The post ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ appeared first on Dharitri Odia News.
କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍ଏଫ୍ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍ଏଫ୍ ଲୋଗୋ ଲଗାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ପୁରୁଣା ଲୋଗୋକୁ ହଟାଯାଇ କେନ୍ଦୁଝର ଡିଏମ୍ଏଫ୍ର ଲୋଗୋ ଲଗାଯାଇଥିବା ଦେଖାଯାଇଛି। ଲୋଗୋ ପରିବର୍ତ୍ତନ ହୋଇଥିଲେ ହେଁ ଗାଡ଼ି ଲୋକାର୍ପଣ କେବେ ହେବ ସୂଚନା ଦିଆଯାଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି।
ପ୍ରକାଶ ଯେ, ଦୀର୍ଘ ପ୍ରାୟ ୯ ମାସ ହେବ କେନ୍ଦୁଝର ଜିଲାର ୧୩ ବ୍ଲକ୍ ପାଇଁ ୧୩ ମୋବାଇଲ ଆମ୍ବୁଲାନ୍ସ ୟୁନିଟ୍ ଗାଡ଼ି ଡିଏମ୍ଏଫ୍ ପକ୍ଷରୁ କିଣାଯାଇଥିଲା। ଆମ୍ବୁଲାନ୍ସ ବ୍ଲକ୍ସ୍ତରରେ ରହିବ ଏବଂ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରିବ। ଏଥିପାଇଁ ପ୍ରତ୍ୟେକ ଗାଡ଼ିରେ ଚିକିତ୍ସା ସରଞ୍ଜାମ, ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରହିବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବ୍ୟବହାର ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ିରହିଛି। ବିଭିନ୍ନ ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ କିଣାଯାଇଥିଲେ ହେଁ ପକାଇ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ପକ୍ଷରୁ ଗାଡ଼ିରେ ଲାଗିଥିବା ସୁନ୍ଦରଗଡ ଡିଏମ୍ଏଫ୍ ଲୋଗୋକୁ ହଟାଇ କେନ୍ଦୁଝର ଡିଏମ୍ଏଫ୍ ଲୋଗୋ ଲଗାଇ ଦେଇଥିଲେ ହେଁ ଗାଡ଼ି କେବେ ଲୋକାର୍ପଣ ହେବ ତାହାକୁ ନେଇ ଠିକ୍ ସୂଚନା ମିଳିନାହିଁ। ଫଳରେ ଗାଡ଼ିଗୁଡ଼ିକର ଫ୍ରି ସର୍ଭିସିଂ ସମୟ ସରିଯାଉଥିବାରୁ ନ ଚାଲିଲେ ବ୍ୟାପକ କ୍ଷତିହେବା ଆଶଙ୍କା ରହିଛି। ଆବଶ୍ୟକତା ନ ଥିଲେ କାହିଁକି ବ୍ୟୟ ବହୁଳ ଖର୍ଚ୍ଚ କରାଗଲା। ତୁରନ୍ତ ବ୍ୟବହାର କରାଯାଇ ନ ଥିବା ଏବଂ ଟ୍ରଷ୍ଟ ବୋର୍ଡ ଅନୁମୋଦନରେ ଓ ଟେଣ୍ଡର କରି କିଣାଯାଇଛି କି ନାହିଁ ସେସବୁର ତଦନ୍ତ ଜିଲାପାଳ କରିବାକୁ ଦାବି ହେଉଛି। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ଦାବିକରି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାମାଜିକ କର୍ମୀ ଲିଖିତ ଅଭିଯୋଗ (ରେଫରେନ୍ସ ନମ୍ବର ସିଏମ୍ଓ ୨୦୨୪୭୨୫୨୪୩) କରିଛନ୍ତି।
The post ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ appeared first on Dharitri Odia News.