ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମା ନିଲମ୍ବିତ
ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍ମା ନିଲମ୍ବିତ । ଭିଜିଲାନ୍ସ ଦ୍ବାରା ଗିରଫ ପରେ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍ମାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ […]

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍ମା ନିଲମ୍ବିତ । ଭିଜିଲାନ୍ସ ଦ୍ବାରା ଗିରଫ ପରେ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଧର୍ମଗଡ ଉପଜିଲ୍ଲାପାଳ ଧୀମାନ୍ ଚକ୍ମାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଥିଲେ। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଥିଲା। ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବା ବେଳେ ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।