ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ
ସମାଜ ଡିଜିଟାଲ ଡେସ୍କ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଛି। ହିମାଂଶୁ ନିଜ ଗାଡ଼ିରେ ଡିଡିଏମଙ୍କ ଅଫିସକୁ ବୈଠକ ପାଇଁ ଯାଉଥିବାବେଳେ ଯାଜପୁରର ବୁଢ଼ାପୋଲ ନିକଟରେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହିମାଂଶୁ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍ ଏବଂ ଠେଙ୍ଗାରେ ପିଟିଥିଲେ। ତାଙ୍କ ମାଡ଼ ମାରି ତାଙ୍କ […]

ସମାଜ ଡିଜିଟାଲ ଡେସ୍କ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଛି। ହିମାଂଶୁ ନିଜ ଗାଡ଼ିରେ ଡିଡିଏମଙ୍କ ଅଫିସକୁ ବୈଠକ ପାଇଁ ଯାଉଥିବାବେଳେ ଯାଜପୁରର ବୁଢ଼ାପୋଲ ନିକଟରେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହିମାଂଶୁ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍ ଏବଂ ଠେଙ୍ଗାରେ ପିଟିଥିଲେ। ତାଙ୍କ ମାଡ଼ ମାରି ତାଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ବବି ଭାଇ ଜିନ୍ଦାବାଦ ବୋଲି କହିଥିଲେ। ତୁରନ୍ତୁ ଏଠାରୁ ପଳା, ନଚେତ ଜୀବନରୁ ମାରିଦେବୁ ବୋଲି କହିଥିଲେ।
ତେବେ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ବିଧାୟକ ବବି ଦାସ। ଘଟଣା ସମୟରେ ସେ ଉପସ୍ଥିତ ନ ଥିବା କହିଛନ୍ତି। ତେବେ ଘଟଣା ପ୍ରତିବାଦରେ ବିଜେପି କର୍ମୀମାନେ ଘଟଣାସ୍ଥଳରେ ରାସ୍ତାରୋକୋ କରିଥିଲେ।