ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ କରାଯାଇଛି। ଆଇପିଏଲ ଚେୟାରମ୍ୟାନ୍‌ ଅରୁଣ କୁମାର ଧୂମାଲ, ପୂର୍ବତନ ଇଂଲଣ୍ଡ କ୍ରିକେଟର ତଥା ଏସ୍‌ଆଇଏସ୍‌ କ୍ରିକେଟ ନିର୍ଦ୍ଦେଶକ ପଲ୍‌ ଟେଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ କ୍ରିକେଟରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ହାଇବ୍ରିଡ ପିଚ୍‌ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅରୁଣ କୁମାର ଧୂମାଲ। ପୂର୍ବରୁ ଇଂଲଣ୍ଡର […] The post ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌ appeared first on Dharitri Odia News.

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ କରାଯାଇଛି। ଆଇପିଏଲ ଚେୟାରମ୍ୟାନ୍‌ ଅରୁଣ କୁମାର ଧୂମାଲ, ପୂର୍ବତନ ଇଂଲଣ୍ଡ କ୍ରିକେଟର ତଥା ଏସ୍‌ଆଇଏସ୍‌ କ୍ରିକେଟ ନିର୍ଦ୍ଦେଶକ ପଲ୍‌ ଟେଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ କ୍ରିକେଟରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ହାଇବ୍ରିଡ ପିଚ୍‌ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅରୁଣ କୁମାର ଧୂମାଲ। ପୂର୍ବରୁ ଇଂଲଣ୍ଡର ଲଡର୍‌ସ ଓ ଓଭାଲ ପରି ଗ୍ରାଉଣ୍ଡରେ ହାଇବ୍ରିଡ ପିଚ୍‌ ସ୍ଥାପନ କରାଯାଇଛି।
ହାଇବ୍ରିଡ୍‌ ପିଚ୍‌ର ବ୍ୟବହାର ଦ୍ୱାରା ପିଚ୍‌ ରକ୍ଷଣା ବେକ୍ଷଣକୁ ନେଇ ଗ୍ରାଉଣ୍ଡ ଷ୍ଟାଫଙ୍କ ଉପରେ ଚାପ କମିଥାଏ। ସେହିପରି ପ୍ରାକୃତିକ ଟର୍ଫ ସହିତ ସିନ୍ଥେଟିକ୍‌ ଫାଇବର ମିଶ୍ରଣରେ ଏହା ପ୍ରସ୍ତୁତ ହେଉଥିବାରୁ ପିଚ୍‌ର ବ୍ୟବହାର ପରିବର୍ତ୍ତନ ସମ୍ଭାବନା ମଧ୍ୟ କମ ରହିଥାଏ। ଏହି ପିଚ୍‌ ପ୍ରସ୍ତୁତରେ ମାତ୍ର ୫ ପ୍ରତିଶତର ସିନ୍ଥେଟିକ୍‌ ଫାଇବର ବ୍ୟବହାର କରାଯାଉଥିବା କାରଣରୁ କ୍ରିକେଟ ପାଇଁ ଆବଶ୍ୟକ ପରିବେଶର ଅଭାବ ରହି ନ ଥାଏ। ଏହି ପିଚ୍‌ ନିର୍ମାଣ ପାଇଁ ଏସ୍‌ଆଇଏସ୍‌ କ୍ରିକେଟ ସହ ହାତ ମିଶାଇ ଥିବାରୁ ଏଚ୍‌ପିସିଏକୁ ଧନ୍ୟବାଦ ଜଣାଇଛନ୍ତି ପଲ୍‌ ଟେଲର। ଆଇସିସି ପକ୍ଷରୁ ଏହି ପିଚ୍‌କୁ ମଞ୍ଜୁରୀ ମିଳିଥିବା ବେଳେ ଆଗାମୀ ଦିନରେ ମୁମ୍ବାଇ ଓ ଅହମଦାବାଦରେ ଏହିପରି ପିଚ୍‌ ସ୍ଥାପନ କରାଯିବ ବୋଲି ଟେଲର ସୂଚନା ଦେଇଛନ୍ତି।

The post ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌ appeared first on Dharitri Odia News.