ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ମାଁ ପଁରାପାଟ ମନ୍ଦିରରେ ପାର୍ବଣ ମହୋତ୍ସବ ଚାଲିଛି। ଏହି କ୍ରମରେ ବୁଧବାର ଯୁଗାରଯାତ୍ରା ହୋଇଥିଲା। ବରାହଗୋଡ଼ା, ଆମସଢ଼ା, ତିଲପାଲି ଗ୍ରାମରୁ ସମୁଦାୟ ୨୧ଟି ଯୁଗାର ଧରି ଶତାଧିକ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଦେବୀଙ୍କ ପୀଠରେ ପହଞ୍ଚିଥିଲେ। ଦୁଲଦୁଲି, ଘଣ୍ଟବାଦ୍ୟ ଆଦିରେ ଚାଲିଥିବା ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳ ଦୁଲୁକି ଉଠିଥିଲା। ମାଁ ପଁରାପାଟ ଦେବୀଙ୍କ ମନ୍ଦିରକୁ ଯୁଗାର ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶତାଧିକ […] The post ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ appeared first on Dharitri Odia News.

ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ମାଁ ପଁରାପାଟ ମନ୍ଦିରରେ ପାର୍ବଣ ମହୋତ୍ସବ ଚାଲିଛି। ଏହି କ୍ରମରେ ବୁଧବାର ଯୁଗାରଯାତ୍ରା ହୋଇଥିଲା। ବରାହଗୋଡ଼ା, ଆମସଢ଼ା, ତିଲପାଲି ଗ୍ରାମରୁ ସମୁଦାୟ ୨୧ଟି ଯୁଗାର ଧରି ଶତାଧିକ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଦେବୀଙ୍କ ପୀଠରେ ପହଞ୍ଚିଥିଲେ। ଦୁଲଦୁଲି, ଘଣ୍ଟବାଦ୍ୟ ଆଦିରେ ଚାଲିଥିବା ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳ ଦୁଲୁକି ଉଠିଥିଲା।

ମାଁ ପଁରାପାଟ ଦେବୀଙ୍କ ମନ୍ଦିରକୁ ଯୁଗାର ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଦେବୀଙ୍କ ପାର୍ବଣ ମହୋତ୍ସବକୁ ଆସିଥିବାବେଳେ ମାଁ ପଁରାପାଟ ଦେବୀଙ୍କୁ ଦର୍ଶନ କରି ସୌଭାଗ୍ୟ ମଣୁଛନ୍ତି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାବେଳେ ମହୋତ୍ସବ କମିଟି ଦେବୀଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିଛନ୍ତି।

The post ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ appeared first on Dharitri Odia News.