ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ। ନାମାଙ୍କନ ରାଲିରେ ଅଂଶୁଘାତରେ ବାମରା ବ୍ଲକ ପିଣ୍ଡାପଥର... The post ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ appeared first on .
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ। ନାମାଙ୍କନ ରାଲିରେ ଅଂଶୁଘାତରେ ବାମରା ବ୍ଲକ ପିଣ୍ଡାପଥର ବାଘପଡାର କୁମାର ମାଝୀଙ୍କର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପାଇଁ ବିଶାଳ ରାଲିର ଆୟୋଜନ କରିଥିଲେ ଧର୍ମେନ୍ଦ୍ର।
ଖରାରେ ବଡ ରାଲି କରିଥିଲେ ବି ଲୋକଙ୍କ ପାଇଁ ସାମାନ୍ଯତମ ସୁବିଧା କରିନଥିଲେ। ପାଣି ଠୋପେ ଖୋଜିଲେ ବି ମିଳୁନଥିଲା। ଫଳରେ ଲୋକମାନେ ଖରାରେ ପାଣି ପାଇଁ ଡହଳବିକଳ ହେଉଥିଲେ। ପ୍ରଚଣ୍ଡ ଖରାରେ ଭିଡ଼ ଭିତରେ ଅଂଶୁଘାତର ଶିକାର ହୋଇଥିଲେ କୁମାର। ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲେ ବି ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ସମର୍ଥକ ଧ୍ଯାନ ଦେଇନଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। କ୍ଷମତା ନିଶାରେ ଶକ୍ତି ପ୍ରଦର୍ଶନ କରି ଦେଖେଇ ହୋଇଥିବା ଧର୍ମେନ୍ଦ୍ର କେମିତି ମାନବିକତାକୁ ଭୁଲିଗଲେ ବୋଲି ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।
The post ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରାରେ ଚାଲିଗଲା ଜଣେ କଳାକାରଙ୍କ ଜୀବନ appeared first on .